ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମ୍ୟାଚ: ଡିସେମ୍ୱର ୫ରୁ ମିଳିବ ଅନଲାଇନ ଟିକେଟ

ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଡିସେମ୍ୱର ୫ରେ ଅନଲାଇନରେ ଟିକେଟ ବିକ୍ରି ପକ୍ରିୟା ଆରମ୍ଭ ହେବ । ଏଥିଲାଗି ଆଜି ଓସିଏ ପଖରୁ ବିଭିନ୍ନ ଗ୍ୟାଲେରୀରର ରେଟଚାର୍ଟ ଜାରୀ କରିଛି ।   

ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମ୍ୟାଚ: ଡିସେମ୍ୱର ୫ରୁ ମିଳିବ ଅନଲାଇନ ଟିକେଟ

ଜଗନ୍ନାଥ ପାତ୍ର, କଟକ: ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ କିପରି କରିବେ ଅନଲାଇନରେ ଟିକେଟ ବୁକିଂ । କ'ଣ ରହିଛି ଟିକେଟକ ଦାମ୍ ଏହା ବିଷୟରେ ଓସିଏ ପକ୍ଷରୁ ଜାରି କରାଯାଇଛି ସଂପୂର୍ଣ୍ଣ ସୂଚନା । ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଡିସେମ୍ୱର ୫ରେ ଅନଲାଇନରେ ଟିକେଟ ବିକ୍ରି ପକ୍ରିୟା ଆରମ୍ଭ ହେବ । ଏଥିଲାଗି ଆଜି ଓସିଏ ପଖରୁ ବିଭିନ୍ନ ଗ୍ୟାଲେରୀରର ରେଟଚାର୍ଟ ଜାରୀ କରିଛି । 

ଗ୍ୟାଲେରୀ ଅନୁଯାୟୀ ଟିକେଟ ଦର

ଗ୍ୟାଲେରୀ ନଂ ୨ - ୩୦୦୦ ଟିକେଟ = ₹ ୫ଶହ + ଜିଏସଟି (ପ୍ରତି ଟିକଟ ପିଛା) 

ଗ୍ୟାଲେରୀ ନଂ ୪- ୩୦୦୦ ଟିକେଟ = ₹ ୫ଶହ + ଜିଏସଟି (ପ୍ରତି ଟିକଟ ପିଛା) 

ଗ୍ୟାଲେରୀ ନଂ ୬-୧୫୦୦ ଟିକେଟ= ₹ ୧୫ଶହ + ଜିଏସଟି (ପ୍ରତି ଟିକଟ ପିଛା) 

ନ୍ୟୁ ପାଭିଲିଅନ ପ୍ରଥମ ମହଲା - ୫୦ ଟିକେଟ= ₹ ୫ହଜାର + ଜିଏସଟି (ପ୍ରତି ଟିକଟ ପିଛା) 

ସ୍ପେଶାଲ ଏନକ୍ଲାଉଚର -ଏ--୫୦୦ ଟିକେଟ= ₹ ୩ହଜାର + ଜିଏସଟି (ପ୍ରତି ଟିକଟ ପିଛା) 

ଏସି ଗ୍ୟାଲେରୀ ବକ୍ସ-୪- ୧୦୦ ଟିକେଟ= ₹ ୫ ହଜାର + ଜିଏସଟି (ପ୍ରତି ଟିକଟ ପିଛା) 

ଏହି ସମସ୍ତ ଟିକେଟ www.party.comwww.insider.inରେ ଉପଲବ୍ଧ ହେବ । ସେହିପରି paytm ଓ insider.in ଆପଲିକେସନରେ ମଧ୍ୟ ଟିକେଟ କିଣିହେବ । ଏହି ସମସ୍ତ ଟିକେଟ ଅନଲାଇନରେ ବୁକ ହେବା ପରେ ଡିସେମ୍ୱର ୧୯,୨୦ ଓ ୨୧ ତାରିଖରେ କେମ୍ବ୍ରିଜ ସ୍କୁଲ କାଉଁଟରରେ ନିଜ ଟିକେଟ ସଂଗ୍ରହ କରିପାରିବେ । ଆସନ୍ତା ୧୫ ତାରିଖ ଯାଏଁ ଅନଲାଇନରେ ଟିକେଟ ବିକ୍ରି ହେବ ବୋଲି ଓସିଏ ପଖରୁ ସ୍ପଷ୍ଟ କରାଯାଇଛି ।