close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରାଷ୍ଟ୍ରପତି ମାରିଲେ ମୋହର, ଆସନ୍ତା ୧୮ରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିଷ ବୋବଡେ

ଜଷ୍ଟିଷ ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି(ସିଜେଆଇ)। ଆସନ୍ତା ନଭେମ୍ବର ୧୮ ତାରିଖରେ ସେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାଙ୍କ ନାଁରେ ମୋହର ମାରିଛନ୍ତି ।

ରାଷ୍ଟ୍ରପତି ମାରିଲେ ମୋହର, ଆସନ୍ତା ୧୮ରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିଷ ବୋବଡେ
ଫାଇଲ ଫଟୋ

ନୂଆଦିଲ୍ଲୀ: ଜଷ୍ଟିଷ ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି(ସିଜେଆଇ)। ଆସନ୍ତା ନଭେମ୍ବର ୧୮ ତାରିଖରେ ସେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାଙ୍କ ନାଁରେ ମୋହର ମାରିଛନ୍ତି । ଗତ ୧୮ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିଷ ରଞ୍ଜନ ଗୋଗୋଇ ତାଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରିଥିଲେ । 

ସାମ୍ବିଧାନିକ ନିୟମ ଅନୁସାରେ, ଦେଶର ପ୍ରଧାନ ବିଚାରପତି ତାଙ୍କର ଉତ୍ତରାଧିକାରୀ କିଏ ହେବ  ତାହା ସୁପାରିଶ କରିଥାନ୍ତି । ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏହି ପଦ ଗ୍ରହଣ କରିଥାନ୍ତି । ଆସନ୍ତା ନଭେମ୍ବର ୧୭ ତାରିଖରେ ଜଷ୍ଟିଷ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ସରୁଛି । ଆଉ ତାହା ପୂର୍ବରୁ ଜଷ୍ଟିଷ ଶରଦ ଅରବିନ୍ଦ ବୋବଡେଙ୍କ ନାଁ ସୁପାରିଶ କରିଥିଲେ ପ୍ରଧାନ ବିଚାରପତି । ମହାମହିମ ରାଷ୍ଟ୍ରପତି ତାଙ୍କ ନାଁରେ ଆଜି ମୋହର ମାରିଛନ୍ତି । ୨୦୨୧ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । 

୧୯୫୬ ଏପ୍ରିଲ ୨୪ ତାରିଖରେ ନାଗପୁରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ବୋବଡେ ଏବେ ସୁପ୍ରିମକୋର୍ଟର ବିଚାରପତି ଅଛନ୍ତି । ଏଥିସହିତ ମହାରାଷ୍ଟ୍ର ନ୍ୟାସନାଲ ଲ' ୟୁନିଭର୍ସିଟି, ମୁମ୍ବାଇ ଏବଂ ମହାରାଷ୍ଟ୍ର ନ୍ୟାସନାଲ ଲ' ୟୁନିଭର୍ସିଟିରେ, ନାଗପୁରର ଚାନସେଲର ମଧ୍ୟ ଅଛନ୍ତି । ତାଙ୍କ ପିତାଙ୍କ ନାଁ ଅରବିନ୍ଦ ଶ୍ରୀନିବାସ ବୋବଡେ । ନାଗପୁର ବିଶ୍ୱବିଦ୍ୟାଳୟରେ ବିଏ ଏବଂ ଏଲଏଲବି ଡିଗ୍ରୀରେ ପାସ କରିଛନ୍ତି ଜଷ୍ଟିସ ବୋବଡେ । ଜଷ୍ଟିସ ବୋବଡେ ୨୦୦୦ ମସିହା ମାର୍ଚ୍ଚ ୨୯ ରେ ବମ୍ବେ ହାଇକୋର୍ଟର ଖଣ୍ଡପୀଠର ଜଣେ ସଦସ୍ୟ ଥିଲେ । ୨୦୧୨ ଅକ୍ଟୋବର ୧୬ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୨୦୧୩ ଏପ୍ରିଲରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ । 

ସୁପ୍ରିମକୋର୍ଟରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ ୮ ବର୍ଷ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜ ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ୨୦୨୧ ମସିହାରେ ଅବସର ନେବେ ଜଷ୍ଟିସ ବୋବଡେ ।