ଶପଥ ନେଲେ ମୁଖ୍ୟ ବିଚାରପତି
Trending Photos
)
ଭୁବନେଶ୍ୱର: ଜଷ୍ଟିସ୍ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଲୋକସେବା ଭବନର ନୂତନ କନଭେନ୍ସନ୍ ହଲ୍ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ୍ ମହମ୍ମଦ ରଫିକ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କୋରୋନା ପାଇଁ ଆୟୋଜିତ ଏହି ନିରାଡ଼ମ୍ବର ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଯେନା, ବିରୋଧି ଦଳ ନେତା ପ୍ରଦୀପ୍ତ ନାୟଙ୍କ ସମେତ ହାଇକୋର୍ଟର ସମସ୍ତ ବିଚାରପତି ଓ ଗୃହ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଜଷ୍ଟିସ ରଫିକ୍ ଏହା ପୂର୍ବରୁ ମେଘାଳୟର ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଉଥିଲେ । ଜଷ୍ଟିସ ରଫିକ୍ ୧୯୮୪ ମସିହାରେ ରାଜସ୍ଥାନ ହାଇକୋର୍ଟରେ ନିଜ ଓକିଲାତି ଜୀବନ ଆରମ୍ଭ କରିଥିଲେ । ୨୦୦୮ ମସିହାରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଓ ପରେ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇଛନ୍ତି ।