close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଜିଠୁ ହାଇକୋର୍ଟ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ

ଦୀର୍ଘଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ 

ଆଜିଠୁ ହାଇକୋର୍ଟ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ

କଟକ: ଆଜିଠାରୁ କାର୍ଯ୍ୟରେ ଯୋଗଦେବେ ହାଇକୋର୍ଟ ବାର୍ ଆସୋସିଏସନର ଆଇନଜୀବୀ । ଦୀର୍ଘଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ ।

ଗତ ୧ ତାରିଖରେ ବାର୍ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା । ତେବେ କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ, ଖାଲିପଡ଼ିଥିବା ବିଚାରପତି ପଦ ପୂରଣ, ବିଚାରପତି ନିଯୁକ୍ତି ବେଳେ ହାଇକୋର୍ଟରେ ପ୍ରାକ୍ଟିସ୍  କରୁଥିବା ଆଇନଜୀବୀଙ୍କୁ ପ୍ରାଧାନ୍ୟ ଦିଆଯିବା ଭଳି ଦାବି ଅଟଳ ରହିଛି । ଦାବି ପୂରଣ ପାଇଁ ଅନ୍ୟାନ୍ୟ ଫରମ୍ ଓ ମାଧ୍ୟମ ନିଆଯିବ ବୋଲି  ବାର ସଭାପତି  କହିଛନ୍ତି ।  

ଅନ୍ୟପଟେ  ଆଜି ହାଇକୋର୍ଟରେ ଫୁଲ୍ ବେଞ୍ଚର ଶୁଣାଣି ହେବ । ସାଧାରଣ ପରିଷଦ ବୈଠକ ନିଆଯାଇଥିବା ନିଷ୍ପତିକୁ ଫୁଲ ବେଞ୍ଚରେ ଅବଗତ କରାଯିବ । ଏଥିସହ ନିଜ ପକ୍ଷ ମଧ୍ୟ ଆଜି ରଖିବ ହାଇକୋର୍ଟ ବାରଆସୋସିଏସ୍ । ଆସନ୍ତା ୮ ତାରିଖରେ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ରହିଛି ।