କଟକରେ ଲାଇନଚ୍ୟୁତ ହେଲା ଟ୍ରେନ, ୨୦ ଆହତ

ମାଲବାହୀ ଟ୍ରେନକୁ ପଛପଟୁ ଥକ୍କା ଦେଲା ଯାତ୍ରୀବାହୀ ଟ୍ରେନ 

କଟକରେ ଲାଇନଚ୍ୟୁତ ହେଲା ଟ୍ରେନ, ୨୦ ଆହତ
ଫଟୋ ସୌଜନ୍ୟ: ଏଏନଆଇ

କଟକ: କଟକରେ ଲାଇନଚ୍ୟୁତ ହେଲା ଟ୍ରେନ । ନିର୍ଗୁଣ୍ଡି ରେଳ ଷ୍ଟେସନ୍ ଶାଳଗାଁ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେହିପରି ୮ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ କରୁଛନ୍ତି । ଘନ କୁହୁଡ଼ି କାରଣରୁ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଆଶଙ୍କା କରାଯାଉଛି । 

ସୂଚନା ମୁତାବକ, କୁହୁଡ଼ି ଯୋଗୁଁ ଜାଣିନପାରି ଏକ ମାଲବାହୀ ଟ୍ରେନକୁ ପଛପଟୁ ଥକ୍କା ଦେଇଥିଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ । ଫଳରେ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଥିଲା । ଅଗ୍ନିଶମ କର୍ମଚାରୀ ଓ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାମ କରିଛନ୍ତି । ଆହତଙ୍କ ମଧ୍ୟରୁ ୬ ଗୁରୁତର ଥିବା ଜଣାପଡ଼ିଛି । 

 

ଆହୁରି ପଢ଼ନ୍ତୁ; ଅମିତ ଶାହ ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ ଏମିତି ଉପଦେଶ ଦେଲେ ସଞ୍ଜୟ ରାଉତ