ଧୋକା ଦେଲା ପ୍ରେମିକା ! ସହି ନପାରି ଯୁବକଙ୍କ ଆତ୍ମହତ୍ୟା

ପ୍ରେମ କରିଥିଲେ ମାତ୍ର ଧୋକା ପାଇଲେ । 

ଧୋକା ଦେଲା ପ୍ରେମିକା ! ସହି ନପାରି ଯୁବକଙ୍କ ଆତ୍ମହତ୍ୟା

କଟକ: ବିଫଳ ହେଲା ପ୍ରେମ । ପ୍ରେମିକାର ଧୋକାର ପ୍ରେମିକ ହତାସ । ହତାସ ପ୍ରେମିକ ବାଛିଲା ମୃତ୍ୟୁର ରାସ୍ତା । ଟ୍ରେନ ଲାଇନ ଉପରେ କରିଲା ଆତ୍ମହତ୍ୟା । ଆଜି କଟକ ଛତ୍ରବଜାର ମାତୃଭବନ ନିକଟ ରେଲଲାଇନ ଜଣେ ଯୁବକର ମୃତ ଦେହ ମିଲିବା ପରେ ଏହି ଘଟଣା ସାମ୍ମନାକୁ ଆସିଛି । ମୃତ ଶରୀର ନିକଟରୁ ମିଲିଥିବା ସୁସାଇଡ ନୋଟ ଓ ଆତ୍ମହତ୍ୟା ପୂର୍ବରୁ କରିଥିବା ଭିଡିଓରେ ମଧ୍ୟ ଧୋକାବାଜ ପ୍ରେମିକାକୁ ଦାୟୀ  କରିଛି ଆତ୍ମହତ୍ୟା କରିଥିବା ପ୍ରେମିକ ମନୋଜ ସ୍ୱାଇଁ ।

ପ୍ରେମ କରିଥିଲେ ମାତ୍ର ଧୋକା ପାଇଲେ । ପ୍ରେମିକା ଧରିଲା ଅନ୍ୟ ପ୍ରେମିକ ହାତ । ଯାହାକୁ ନେଇ ମାନିସକ ଚାପରେ ରହୁଥିଲେ ମନୋଜ । ଏହି ଚାପରୁ ମୁକ୍ତ ହେବା ପାଇଁ ମନୋଜ ବାଛିଥିଲେ ମୃତ୍ୟୁର ରାସ୍ତାକୁ । 

ସୂଚନା ଅନୁସାରେ, ମନୋଜ ଓ ଯାଜପୁରର ଜଣେ  ଝିଅ ସହିତ କଲେଜ ସମୟରୁ ଭଲ ପାଉଥିଲେ  । ପ୍ରେମ ସମ୍ପର୍କ କଥା ମଧ୍ୟ ଉଭୟ ପରିବାର ଜାଣିଥିଲେ ।  ଉଭୟ ପରିବାର ମଧ୍ୟ ଉଭୟଙ୍କୁ ନେଇ ରାଜି ମଧ୍ୟ ରହିଥିଲେ । ମନୋଜ ଏଭଳି କାଣ୍ଡ ଘଟାଇବା ପରେ ମାନସିକ ଚାପ  କହିଛନ୍ତି ସମ୍ପର୍କୀୟ । ତେଣୁ ଏହା ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ଅଭିଯୋଗ କରିଛନ୍ତି ମନୋଜଙ୍କ ସମ୍ପର୍କୀୟ ।

 

Tags: