ଜେଲ ଭିତରେ ବୟଫ୍ରେଣ୍ଡ, ଜେଲ ବାହାରେ ଗାର୍ଲଫ୍ରେଣ୍ଡ

ପ୍ରେମୀଯୁଗଳ ମିଶି ଗ୍ୟାଙ୍ଗ କରି ଗ୍ୟାଙ୍ଗ ସଦସ୍ୟକୁ ପରିଚଳନା ଓ ସଂଗଠିତ କରୁଥିଲେ

ଜେଲ ଭିତରେ ବୟଫ୍ରେଣ୍ଡ, ଜେଲ ବାହାରେ ଗାର୍ଲଫ୍ରେଣ୍ଡ

ଜଗନ୍ନାଥ ପାତ୍ର, କଟକ: ଜେଲ ଭିତରେ ବୟଫ୍ରେଣ୍ଡ । ଜେଲ ବାହାରେ ଗାର୍ଲଫ୍ରେଣ୍ଡ । ଏହି କଥା ଶୁଣିଲା ପରେ ଆପଣ ଅନେକ କିଛି ଭାବିଥିବେ । ପ୍ରେମ ପାଇଁ ଜେଲ ଗଲେ କି ବୟଫ୍ରେଣ୍ଡ ଆଉ ସେଇ ଦୁଃଖରେ ଜେଲ ବାହାରେ ଛିଡ଼ା ହୋଇଛିନ୍ତି କି ଗାର୍ଲଫ୍ରେଣ୍ଡ ଜଣଙ୍କ । ଏପରି କିଛି ପ୍ରଶ୍ନ ହୁଏତ ଆପଣଙ୍କ ମୁଣ୍ଡରେ ଉଙ୍କି ମାରୁଥାଇ ପାରେ । କିନ୍ତୁ ଏହି ଦୁଇ ପ୍ରେମୀଯୁଗଳ ପ୍ରେମ ପାଇଁ ନୁହଁ ବରଂ ଚଳାଇଥିବା ନିଜର ଦୁର୍ଦ୍ଦାନ୍ତ ପ୍ଲାନ ପାଇଁ ଜେଲ ଭିତରେ ଅଛନ୍ତି  । ଉଭୟ ମିଶି ଗ୍ୟାଙ୍ଗ କରି ଗ୍ୟାଙ୍ଗ ସଦସ୍ୟକୁ ପରିଚଳନା ଓ ସଂଗଠିତ କରୁଥିଲେ । ଏପିରିକି ବନ୍ଧୁକ କିପରି, କେଉଁଠି ଆସିବ ଓ କାହା ପାଖରେ ପହଞ୍ଚିବ ସେ ସବୁର ମଧ୍ୟ ଟିଟ୍‌ ବିଟ୍‌ ପ୍ଲାନ କରୁଥିଲେ ଉଭୟ ବୟର୍ଫ୍ରେଣ୍ଡ ସକିଲ ଓ ଗାର୍ଲର୍ଫ୍ରେଣ୍ଡ ଡେଜି ଓରଫ ନସରିନ ଖାନ । ଗତକାଲି କଟକ ପୋଲିସ ଦ୍ୱାରା ଡେଜି ଗିରଫ ହେବା ପରେ ଏ ଭଳି କିଛି ନୂଆ ତଥ୍ୟ ସାମ୍ମନାକୁ ଆସିଛି । ମିଲିଥିବା ସୂଚନା ମୁତାବକ ଗିରଫ ଡେଜି ରେଗୁଲାର ଚୌଦ୍ୱାର ଜେଲ ଯାଇ ଦେଖା କରୁଥିଲା ସକିଲକୁ । ସକିଲ ଦେଉଥିବା ଇନଫରମେସନକୁ ସହଯୋଗୀଙ୍କ ପାଖରେ ମଧ୍ୟ ପହଞ୍ଚାଇବାର ଦାୟିତ୍ୱ ନେଉଥିଲେ ଡେଜି । କ୍ରାଇମ ସିଣ୍ଡିକେଟରେ ଯେ କେହି ବି ନୂଆ ଏଣ୍ଚ୍ରି ମାରୁଥିଲେ ନଚେତ ସକିଲର ସହଯୋଗୀ ଜେଲରୁ ବାହାରୁଥିଲେ ସମସ୍ତଙ୍କୁ କଣ୍ଟ୍ରୋଲରେ ରଖୁଥିଲା ଗାର୍ଲଫ୍ରେଣ୍ଡ ଡେଜି । ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଏହି ସମ୍ପର୍କରେ କ୍ରାଇମ ସାମ୍ରାଜ୍ୟ ଅପରେଟ କରୁଥିବା ବେଳେ ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂ ।

ଜେଲ ଭିତରୁ ସକିଲ ଭିଡିଓ କଲରେ ଦାଦାବଟି ମାଗିବା ଘଟଣାରେ ଦୁର୍ଦ୍ଧାନ୍ତ ଅପରାଧି ସକିଲର ଗାର୍ଲଫ୍ରେଣ୍ଡ ଡେଜି ଗିରଫ । ଗିରଫ ହେବା ପରେ ଅନେକ ଗୁମୁର ଫିଟିବାରେ ଲାଗୁଛି । ଜେଲର ଚାରିକାନ୍ଥ ଭିତରେ ସକିଲ ଗ୍ୟାଙ୍ଗର ଲିଡ ରୋଲର ଭୂମିକାରେ ରହୁଥିବା ବେଳେ ଗ୍ୟାଙ୍ଗର ସଂଗଠିତ ଓ ପରିଚାଳନାର ଦାୟିତ୍ୱ ସମ୍ଭାଲୁଥିଲା ଡେଜି । ଏପିରିକି ବନ୍ଧୁକ କାରବାରରେ ମଧ୍ୟ ଦୀର୍ଘ ବର୍ଷ ଧରି ସକିଲ ସହିତ ଡେଜି କରୁଥିଲା ଅପରେଟ । ଏବେ ଅଧିକ ଖୋଲତାଡ ପାଇଁ ପୋଲିସ ତଦନ୍ତ ଜାରୀ ରଖିଥିବା କହିଛନ୍ତି କଟକ ଡିସିପି । ଅପରପଟେ ଜେଲ ଭିତରୁ ସକିଲ ପାଖରେ କିପରି ଫୋନ ପହଞ୍ଚିଲା ସେ ବାବଦରେ ମଧ୍ୟ ଜେଲ ବିଭାଗକୁ ଅବଗତ କରାଯାଇଥିବା କହିଛନ୍ତି ଡିସିପି ।
 
କଟକ ବକ୍ସିବଜାର ଏକ ସ୍ପୋର୍ଟସ ଦୋକାନ ମାଲିକଙ୍କୁ ଦାଦାବଟି ଘଟଣାର ତଦନ୍ତରେ ଏହି ସମସ୍ତ ତଥ୍ୟ ସାମ୍ମନାକୁ ଆସିଛି । ଏହି ଘଟଣାରେ ମଧ୍ୟ ଚୌଦ୍ୱାର ଜେଲର ଚାରିକାନ୍ଥ ଭିତରେ ସକିଲ ଦୋକାନ ମାଲିକକୁ ୧୦ ଲକ୍ଷ ଟଙ୍କାର ହଡପ କରିବା ପାଇଁ ରଚିଥିଲା ବ୍ଲୁ ପ୍ରିଣ୍ଟ । ଏହି ଯୋଜନା ପହଞ୍ଚିଥିଲା ଗାର୍ଲଫେଣ୍ଡ ଡେଜି ପାଖରେ । ଏହାପରେ ଯୋଜନା ମୁତାବକ ଆରମ୍ଭ ହୋଇଥିଲା ଘଟଣା ଚକ୍ର । ତାରିଖ ଗତ ମାସ ଡିସେମ୍ୱର ୧୨ ତାରିଖ । ପୂର୍ବ ଯୋଜନା ମୁତାବକ ଜଣେ ପୁରୁଷ ମୁହଁରେ କପଡା ଦେଇ ପହଞ୍ଚିଥିଲେ ଦୋକାନରେ । କେହି କିଛି ବୁଝିବା ଆଗରେ ନିଜ ମୋବାଇଲରେ କରିଥିଲେ ଭିଡିଓ କଲ୍‌ । ଭିଡଓ କଲ ରିସଭ କରିଥିଲା ଜେଲ ଭିତରେ ରହିଥିବା ସକିଲ । ଭିଡଲ କଲରେ ହିଁ ଦୋକାନ ମାଲିକଙ୍କୁ ସିଧା ସିଧା ମାଗିଥିଲା ୧୦ ଲକ୍ଷ ଟଙ୍କା । ଏହାପରେ ସଙ୍ଗେ ସଙ୍ଗେ ଉଭାନ ହୋଇଯାଇଥିଲା ଆସିଥିବା ବ୍ୟକ୍ତି ଜଣଙ୍କ । ଏହି ଘଟଣାକୁ ନେଇ ପୋଲିସ ନିକଟରେ ଦ୍ୱାରସ୍ଥ ହେବା ପରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହାପରେ ଗତକାଲି ଗାର୍ଲଫ୍ରେଣ୍ଡ ଡେଜି ମଧ୍ୟ ଗିରଫ ହୋଇଛି । ତେବେ ଜେଲ ଭିତରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧି ପାଖରେ କିପରି ପହଞ୍ଚିଲା ଫୋନ । ତା ପୁଣି ଭିଡିଓକଲ ମାଧ୍ୟମରେ ଧମକ ତାହାକୁ ନେଇ ଜେଲ ରେ କେତେ ସୁରକ୍ଷା ରହିଛି ତାହା ସ୍ପଷ୍ଟ ହେଉଛି । ତେଣୁ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନିଆଯାଇଥିବା କହିଛନ୍ତି ଡିସିପି । ଏପିରିକି ଜେଲ ବିଭାଗକୁ ମଧ୍ୟ ଘଟଣା ବାବଦରେ ଅବଗତ କରାଯାଇଥିବା କହିଛନ୍ତି ।