close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜିଅନ୍ତା ଜାଳିଦେଲେ ପଡ଼ୋଶୀ !

ଶୋଇଥିବାବେଳେ ଘର ଆଗପଟୁ ତାଲା ପକାଇ ନିଆଁ ଲଗାଇଦେଲେ ପଡୋଶୀ । ତାଲା ଭାଙ୍ଗି ଉଦ୍ଧାର କରିଲେ ଗ୍ରାମବାସୀ । 

ଜିଅନ୍ତା ଜାଳିଦେଲେ ପଡ଼ୋଶୀ !

ରାତିରେ ଖାଇ ପିଇ ଘରେ ଶୋଇଥିଲେ ପରିବାର ଲୋକେ ହେଲେ ଘର ଆଗପଟୁ ତାଲା ପକାଇ ନିଆଁ ଲଗାଇଦେଲେ ପଡୋଶୀ । ହଁ ଆଜ୍ଞା ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ଲୋକେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ନେଇ ସାଲେପୁର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି ପରିବାର ଲୋକେ ।

ସୂଚନାନୁସାରେ, ମାହାଙ୍ଗା ଥାନା ବାଲିପଡା ଗ୍ରାମରେ ଏକ ଘରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା । ତେବେ କେହି ଦୁର୍ବୃତ ଘର ଲୋକଙ୍କୁ ତାଲା ପକାଇ ନିଆଁ ଲଗାଇ ଦେଇଥିବା ନେଇ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଘରଟି ନିଆଁରେ ହୁତୁହୁତୁ ହୋଇ ଜଳିବା ଦେଖି ଗ୍ରାମବାସୀ ଘରର ତାଲା ଭାଙ୍ଗି ପରିବାର ଲୋକଙ୍କୁ ନିଆଁରୁ ଉଦ୍ଧାର କରିଥିଲେ । ଏହାପରେ ପରିବାର ପକ୍ଷରୁ ପଡୋଶୀଙ୍କ ନାମରେ ଥାନାରେ ଲିଖିତ ଏତଲା ଦିଆଯାଇଛି । ପଡୋଶୀ ଘର ଲୋକ ଏହି କାଣ୍ଡ ଭିଆଇଥିବା ପୋଲିସ କହିଛି ।

କାରଣ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ବିଭିନ୍ନ କାରଣରୁ ବିବାଦ ଲାଗି ରହିଥିବା ବେଳେ ସେ ବିବାଦ କାରଣରୁ ହିଁ ପଡୋଶୀ ଘର ଲୋକେ ତାଙ୍କ ପରିବାରକୁ ନିଆଁ ଲଗାଇ ମାରିଦେବାପାଇଁ ଉଦ୍ୟମ କରିଛନ୍ତି ବୋଲି ଅଗ୍ନିକାଣ୍ଡରେ ଜଳି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଯାରି ରଖିଛି ।