close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ଗୋଳବାଇ ଷ୍ଟେସନ

ଅବହେଳିତ ଅବସ୍ଥାରେ ରୋଡ୍ ରେଳ ମଣ୍ଡଳ ଅଧିନ ଗୋଳବାଇ ଷ୍ଟେସନ । ୧୯୭୨ ମସିହାରୁ ରେଲୱେ ଷ୍ଟେସନର ମାନ୍ୟତା ପାଇଥିଲେ ମଧ୍ୟ ଷ୍ଟେସନକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ । ଫଳରେ ଅପ୍ ଓ ଡାଉନ ଟ୍ରାକର ମଝିରେ ମରଣକୁ ବରଣ କରି ଯାତାୟତ କରୁଛନ୍ତି ଯାତ୍ରୀମାନେ । କେବଳ ସେତିକି ନୁହଁ, ନା ଏଠାରେ ଅଛି ପାନୀୟ ଜଳର ସୁବିଧା, ନା ଶୌଚାଳୟ । ଷ୍ଟେସନର ଆଖପାଖ ୧୦ଟି ଗ୍ରାମର ହଜାର ହଜାର ଲୋକେ ଟ୍ରେନରେ ଯାତାୟତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ଗୋଳବାଇ ଷ୍ଟେସନ
No road connection with Golabai station in Khordha

ସୂର୍ଯ୍ୟନାରାୟଣ ମହାନ୍ତି, ଖୋର୍ଦ୍ଧା: ଅବହେଳିତ ଅବସ୍ଥାରେ ରୋଡ୍ ରେଳ ମଣ୍ଡଳ ଅଧିନ ଗୋଳବାଇ ଷ୍ଟେସନ । ୧୯୭୨ ମସିହାରୁ ରେଲୱେ ଷ୍ଟେସନର ମାନ୍ୟତା ପାଇଥିଲେ ମଧ୍ୟ ଷ୍ଟେସନକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ । ଫଳରେ ଅପ୍ ଓ ଡାଉନ ଟ୍ରାକର ମଝିରେ ମରଣକୁ ବରଣ କରି ଯାତାୟତ କରୁଛନ୍ତି ଯାତ୍ରୀମାନେ । କେବଳ ସେତିକି ନୁହଁ, ନା ଏଠାରେ ଅଛି ପାନୀୟ ଜଳର ସୁବିଧା, ନା ଶୌଚାଳୟ । ଷ୍ଟେସନର ଆଖପାଖ ୧୦ଟି ଗ୍ରାମର ହଜାର ହଜାର ଲୋକେ ଟ୍ରେନରେ ଯାତାୟତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଏନେଇ ବାରମ୍ବାର ରେଳ କର୍ତ୍ତୃପକ୍ଷ ଓ ଜିଲ୍ଳା ପ୍ରଶାସନକୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ଓ ଟାଙ୍ଗୀ ବିଡିଓଙ୍କ ସହ ଆଲୋଚନା ହୋଇଛି, ଷ୍ଟେସନକୁ ରାସ୍ତା କରିବାକୁ ପଦକ୍ଷେପ ନିଆଯିବ। କିଏ ପିଲାକୁ କାଖେଇ ଯାଉଛି, ତ ପୁଣି କିଏ ଓଜନିଆ ବ୍ୟାଗ ଧରି ରେଳ ଲାଇନର ମଝିରେ ଚାଲୁଛି । ଏହା ଦିନେ ଦୁଇ ଦିନର ଦୃଶ୍ୟ ନୁହେଁ, ଷ୍ଟେସନ ହେବା ପର ଠାରୁ ଏଭଳି ଦୟନୀୟ ଅବସ୍ଥାରେ ଯାତାୟତ କରିଥାନ୍ତି ଯାତ୍ରୀମାନେ। 

ଏପରିକି ପ୍ଲାଟଫର୍ମର ଉଚ୍ଚତା ବହୁ କମ ଥିବାରୁ ଲୋକମାନେ ଟ୍ରେନରୁ ଓହ୍ଲାଇବା ସମୟରେ ଅନେକ ସମୟରେ ପଡ଼ି କ୍ଷତବିକ୍ଷତ ମଧ୍ୟ ହୋଇଥାନ୍ତି। ଗୋଳବାଇ ଷ୍ଟେସନକୁ ରାସ୍ତା ନଥିବାରୁ ଲୋକମାନେ ଅପଲାଇନ୍ ଓ ଡାଉନଲାଇନର ମଝିରେ ପ୍ରାୟ ଏକ କିଲୋମିଟର ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତାରେ ପହଂଚିଥାନ୍ତି । ଯଦି ସାମାନ୍ୟ ବର୍ଷା ହୋଇଯାଏ, ତେବେ ଆଣ୍ଠୁଏ ପାଣି ମଧ୍ୟରେ ଯାତାୟତ କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି କହିଛନ୍ତି ରେଳଯାତ୍ରୀ ।

ସେହିପରି ଷ୍ଟେସନର ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯାତ୍ରୀ। ଏନେଇ ଗ୍ରାମବାସୀ ଖୋର୍ଦ୍ଧାରୋଡ୍ ଡିଆରଏମଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ । ଅନ୍ୟପଟେ ଜିଲ୍ଳାପାଳ କହିଛନ୍ତି ଯେ, "ଷ୍ଟେସନକୁ ରାସ୍ତା ନଥିବା ସଂପର୍କରେ ତାଙ୍କୁ ଜଣା ନଥିଲା । ବିଡିଓ ଓ ଗୋଳବାଇ ସରପଞ୍ଚଙ୍କ ସହ ଆଲୋଚନା କରି ପ୍ରଥମେ ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ କରାଯାଇ ରାସ୍ତା କାମ କରାଯିବ ।" ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ରେଳ ଷ୍ଟେସନକୁ ରାସ୍ତା ନଥିବା ଘଟଣା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ । ତେବେ ଗୋଳବାଇ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ରେଳଯାତ୍ରୀଙ୍କ ଗୁହାରୀ ଡିଆରଏମ ମହୋଦୟ ଏବଂ ଜିଲ୍ଲା ପ୍ରଶାସନ କେବେ ସମାଧାନ କରିବ, ତାହାକୁ ହିଁ ସମସ୍ତଙ୍କ ଅପେକ୍ଷା...