ମୃତ୍ୟୁ ପାଇଁ ସେ ଝିଅ ଦାୟୀ ; ପରିବାର ଲୋକେ ଆଣିଲେ ଅଭିଯୋଗ
Advertisement

ମୃତ୍ୟୁ ପାଇଁ ସେ ଝିଅ ଦାୟୀ ; ପରିବାର ଲୋକେ ଆଣିଲେ ଅଭିଯୋଗ

ପୁଅକୁ ମିଳୁ ନ୍ୟାୟ

ମୃତ୍ୟୁ ପାଇଁ ସେ ଝିଅ ଦାୟୀ ; ପରିବାର ଲୋକେ ଆଣିଲେ ଅଭିଯୋଗ

ଜଗନ୍ନାଥ ପାତ୍ର, କଟକ: ମନୋଜ ସ୍ୱାଇଁ ଆତ୍ମହତ୍ୟା ନୁହେଁ ବରଂ ଚାପ ପ୍ରୟୋଗ କରି ହତ୍ୟା କରାଯାଇଛି । ଏଭଳି ସାଙ୍ଗାତିକ ଅଭିଯୋଗ ଆଜି ଆଣିଛନ୍ତି ମନୋଜଙ୍କ ଭାଇ ଓ ପରିବାର ଲୋକେ । ସମ୍ପୃକ୍ତ ପ୍ରେମିକାଙ୍କ ବିରୋଧରେ ଆଜି କଟକ ଜିଆରପି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର। ଅପରପଟେ ଆଜି ଏହି ଘଟଣାରେ ପୋଲିସ ମଧ୍ୟ ମୃତ ମନୋଜଙ୍କ ପରିବାର ଲୋକଙ୍କ ବାୟାନ ରେକର୍ଡ କରିଛି ।

କଥାକହୁ କହୁ ଆଖରୁ ଝରି ଯାଉଛି ଲୁହ । ମନ କୁ ଯେତେ ବୁଝାଇଲେ ବିି ବୁଝୁ ନାହିଁ ଯେ ମନୋଜ ସମସ୍ତଙ୍କୁ ସବୁ ଦିନ ପାଇଁ ପର କରି ଚାଲିଯାଇଛି ଆର ପାରିକୁ । ଗତକାଲି ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିଲା ମନୋଜ । ସାନ ପୁଅ ମନୋଜ ଆତ୍ମହତ୍ୟା ପୂର୍ବରୁ କରିଥିବା ଭିଡିଓ ଓ ସୁସାଇଡ୍‌ ନୋଟରେ ପ୍ରେମିକାକୁ ଦାୟୀ କରିଥିଲା । ତେଣୁ ପରିବାର ଲୋକେ ମଧ୍ୟ ପ୍ରେମିକାକୁ ଦାୟୀ କରି ଆଜି ନିଜ ପୁଅକୁ ନ୍ୟାୟ ଲାଗି ଜି ଆର ପି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମନୋଜ ଆତ୍ମହକ୍ୟା କରି ନାହିଁ ବରଂ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।

ଏହି ଦୁହିଁଙ୍କ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ । ଉଭୟଙ୍କ ମଧ୍ୟରେ ଧିରେ ଧିରେ ସମ୍ପର୍କ ଗଢିବା ପରେ ପ୍ରେମର ବନ୍ଧନରେ ବାନ୍ଧି ହୋଇଥିଲା । ଦେଖୁ ଦେଖୁ ୩ ବର୍ଷ ମଧ୍ୟରେ ନିଜର ପ୍ରେମ ବାବଦରେ ପରିବାର ଲୋକଙ୍କୁ କରିଥିଲେ ଅବଗତ । ପରିବାର ଲୋକେ ମଧ୍ୟ ସମସ୍ତ ସହମତି ଦେଇଥିଲେ । ତେବେ ଏକ କମ୍ପାନୀରେ ସ୍ୱଳ୍ପ ଆୟରେ ମନୋଜ ଚାକିରୀ କରୁଥିଲେ । ସେତେଟା ଚାପ ନଥିଲେ ମଧ୍ୟ ବିଭିନ୍ନ ସମୟରେ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେଇ ପ୍ରେମିକାଙ୍କ ବିଭିନ୍ନ ଇଚ୍ଛାକୁ ପୂରଣ କରୁଥିଲେ । ତେବେ ଗତ ୧୫ ଦିନ ହେବ ଚୁପଚାପ୍‌ ରହିବା ସହିତ ମାନସିକ ଚାପରେ ମନୋଜ ରହୁଥିବା ପରିବାର ଲୋକେ କହିଛନ୍ତି । ଜି ଆର ପି ଥାନା ଏହି ସମସ୍ତ ଘଟଣାର ଛାନବିନ କରୁଛି । ପରିବାର ଲୋକଙ୍କ ଏ ଭଳି ଅଭିଯୋଗ ଆଧାରରେ ଆଜି ବୟାନ ରେକର୍ଡ କରିଥିବା ସୂଚନା ମିଳିଛି ।