ବ।ରବ।ଟୀରେ ସ।ଧ।ରଣ ଦର୍ଶକ ପାଇଁ ଟିକେଟ ବିକ୍ରି ଆରମ୍ଭ

ଏବେ ଅଫଲାଇନରେ ଆଜି ଓ କାଲି ଦୁଇ ଦିନ କାଉଁଟରରେ ଟିକେଟ ବିକ୍ରି ହେବ ।

ବ।ରବ।ଟୀରେ ସ।ଧ।ରଣ ଦର୍ଶକ ପାଇଁ ଟିକେଟ ବିକ୍ରି ଆରମ୍ଭ

କଟକ: ଆଜିଠାରୁ ବାରବାଟୀରେ ଭାରତ ୱେଷ୍ଟଇଣ୍ଡିଜ୍ ମ୍ୟାଚ ପାଇଁ ସାଧାରଣ ଲୋକଙ୍କ ପାଇଁ ବିକ୍ରି ଟିକେଟ ବିକ୍ରି ଆରମ୍ଭ ହୋଇଛି । ୧୨ଟି କାଉଣ୍ଟରରେ ୧୦ହଜାର ୫୦ ଟିକେଟ ବିକ୍ରି ହେଉଛି । ଏହି ଟିକେଟ ନେବା ପାଇଁ ଶତାଧିକ କ୍ରିକେଟ ପ୍ରେମୀଙ୍କ କାଉଁଟରରେ ଭିଡ ଲାଗିଲାଣି । ଏଥିଲାଗି କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେଇଛି । ଟିକେଟ କିଣିବା ଲାଗି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଲୋକଙ୍କ ପାଇଁ ଅନଲାଇନରେ ଟିକେଟ ବିକ୍ରି ହୋଇଥିଲା ।

ଏବେ ଅଫଲାଇନରେ ଆଜି ଓ କାଲି ଦୁଇ ଦିନ କାଉଁଟରରେ ଟିକେଟ ବିକ୍ରି ହେବ । କୌଣସି ପ୍ରକାର ଅପ୍ରତିକର ସ୍ଥିତିକୁ ଏଡାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ବାରବାଟୀ ମ୍ୟାଚକୁ ନେଇ କମିଶନରେଟ ପୋଲିସ ପକ୍ଷରୁ କାରକେଡ୍ ରିହରସାଲ କରାଯାଇଛି । ସେବା ଯୋଗାଇବାକୁ ଥିବା ବସ୍ ସର୍ଭିସ ମଧ୍ୟ ଏଥିରେ ଭାଗ ନେଇଛନ୍ତି । ଖେଳାଳିଙ୍କୁ ଭୁବନେଶ୍ୱର ହୋଟେଲରୁ କିପରି ସୁରକ୍ଷିତ ଭାବରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମକୁ ପହଞ୍ଚାଇବେ, ସେ ନେଇ ହୋଇଥିଲା କାରକେଡ୍ ରିହରସାଲ । ଆସନ୍ତା ରବିବାର ୱେଷ୍ଟଇଣ୍ଡିଜ ସହ ଟିମ୍ ଇଣ୍ଡିଆର ହେବାକୁ ଯାଉଛି ନିର୍ଣ୍ଣାୟକ ଲଢ଼େଇ । କାରଣ ଏହି ମ୍ୟାଚ ହିଁ ସିରିଜର ବିଜେତା ନିର୍ଦ୍ଧାରଣ କରିବ।

Tags: