୧୦୦ ଟଙ୍କାରୁ କମିଲା ପିଆଜ ଦର ; କିଲୋ ପିଛା ଏବେ ଏତିକି ବିକ୍ରି ହଉଛି
Advertisement

୧୦୦ ଟଙ୍କାରୁ କମିଲା ପିଆଜ ଦର ; କିଲୋ ପିଛା ଏବେ ଏତିକି ବିକ୍ରି ହଉଛି

ଯେଉଁଠି ଦିନେ ଅଧ କିଲୋ କିମ୍ୱା ତା ଠାରୁ କମ ପରିମାଣର କିଣି ସନ୍ତୁଷ୍ଟ ହେବାକୁ ପଡୁଥିବା ବେଳେ ଆଜି କିଏ କିଲୋ ଆଉ କିଏ ୩ କିଲୋ ପିଆଜ କିଣୁଥିବାର ଦେଖିବାକୁ ମିଳିଛି  । 

୧୦୦ ଟଙ୍କାରୁ କମିଲା ପିଆଜ ଦର ; କିଲୋ ପିଛା ଏବେ ଏତିକି ବିକ୍ରି ହଉଛି

ଜଗନ୍ନାଥ ପାତ୍ର, କଟକ: ଦୀର୍ଘ ଏକ ମାସ ଧରି ଲାଗିରହିଥିବା ପିଆଜର ମହଙ୍ଗା ଦର ଏବେ ଦିନକୁ ଦିନ ଖସିବାରେ ଲାଗୁଛି । କଟକ  ଛତ୍ରବଜାରରେ ପରିବା ବଜାରରେ ପିଆଜର ଦର ଆଜି ଶହେ ଟଙ୍କାରୁ ତଳକୁ ଖସିଛି । ପିଆଜ ଦର ଆଜି କିଲୋ ପିଛା ୯୦ ଟଙ୍କାରେ ବିକ୍ରି ହେଉଛି । ମହଙ୍ଗା ଦରରେ ଲୋକେ ପିଆଜ କିଣିବା ଏକ ରକମର ଛାଡି ଦେଇଥିଲେ । ଆଜି ପିଆଜ ଦର ହ୍ରାସ ପାଇବା ପରେ ପିଆଜ ଦୋକାନ ଆଗରେ ଧିରେ ଧିରେ ଗ୍ରାହକଙ୍କ କିଣୁଥିବା ଦେଖିବାକୁ ମିଳିଛି  । 

ଯେଉଁଠି ଦିନେ ଅଧ କିଲୋ କିମ୍ୱା ତା ଠାରୁ କମ ପରିମାଣର କିଣି ସନ୍ତୁଷ୍ଟ ହେବାକୁ ପଡୁଥିବା ବେଳେ ଆଜି କିଏ କିଲୋ ଆଉ କିଏ ୩ କିଲୋ ପିଆଜ କିଣୁଥିବାର ଦେଖିବାକୁ ମିଲିଛି । ଗତ ମାସ ତୁଳନାରେ ଏ ମାସ ର ପ୍ରଥମ ସପ୍ତାହରୁ ପିଆଜର ଆମଦାନୀ ଟିକେ ଅଧିକା ରହିଛି । ଏପିରିକି ଆବଶ୍ୟକୀୟ ପରିମାଣରେ ପିଆଜ ଟ୍ରକ ନାସିକରୁ ଆସୁନଥିଲେ ମଧ୍ୟ ପ୍ରତିଦିନ ଗୋଟିଏ ଟ୍ରକ ଆସୁଛି । ନାସିକରୁ ଏବେ ଉତ୍ପାଦିତ ହୋଇଥିବା ନୂଆ ପିଆଜ ଆସୁଥିବାରୁ ପରିବା ବଜାରରେ ପିଆଜର ଦର ହ୍ରାସ ପାଉଛି । ଆଉ  କିଛି ସପ୍ତାହ ମଧ୍ୟରେ ପିଆଜ ଦର ପୂର୍ବ ଭଳି ସ୍ଥିତିକୁ ଆସିବ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ  । ଜାନୁଆରୀ ମାସରେ ସଂମ୍ପୃର୍ଣ୍ଣ ରୂପରେ ପିଆଜର ଆମଦାନୀ ସ୍ୱାଭାବିକ ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ ।