କମିଲା ପିଆଜ ଦର; ଜାଣନ୍ତୁ କେତେ ରହିଛି କିଲୋ ପିଛା ଦାମ୍‌

ଦିନକୁ ବଢିଥିଲା ୧୦ ଏବେ ଠିକ୍ ସେହିଭଳି ଖସୁଛି ୧୦ ଟଙ୍କା ।

କମିଲା ପିଆଜ ଦର; ଜାଣନ୍ତୁ କେତେ ରହିଛି କିଲୋ ପିଛା ଦାମ୍‌

ଜଗନ୍ନାଥ ପାତ୍ର, କଟକ: ଦିନକୁ ଦିନ ବଢୁଥିବା ପିଆଜ ଦରେ ଲାଗିଛି ବ୍ରେକ । କଟକର ପରିବା ବଜାରରେ ପିଆଜ କିଲୋ ୧୪୦ ଦରରୁ ଧିରେ ଧିରେ ହ୍ରାସ ପାଇବାରେ ଲାଗୁଛି । ଗତକାଲି ୧୩୦ ରହିଥିବା ବେଳେ ଆଜି ବଜାରରେ ୧୨୦ ଟଙ୍କାରେ ପହଞ୍ଚିଛି ପିଆଜ । ନାସିକରୁ ଫସଲ ହୋଇଥିବା ନୂଆ ପିଆଜ ବଜାରକୁ ଆସିବା ପରେ ପିଆଜ ଦର ଖସିବାର କାରଣ ବୋଲି କହିଛନ୍ତି ବ୍ୟବସାୟୀ । ବଜାରରେ ଏବେ ପିଆଜ ମହଜୁଦ ରହିଥିବା ବେଳେ ୧୨୦ ଟଙ୍କା ଦରରେ କିଣିବା ଲାଗି ମନ ବଢାଉନାହାଁନ୍ତି ଗ୍ରାହକ ।
ଦିନକୁ ବଢିଥିଲା ୧୦ ଏବେ ଠିକ୍ ସେହିଭଳି ଖସୁଛି ୧୦ ଟଙ୍କା । କଟକରେ ବଜାରରେ ବଢୁଥିବା ପିଆଜ ଦରରେ ଲାଗିଛି ବ୍ରେକ । ଶୁକ୍ରବାର କିଲୋ ପିଛା ୧୪୦ ଥିବା ବେଳେ ଆଜି କିଲେର ଦାମ୍ ରହିଛି ୧୨୦ । ନାସିକରୁ ଉତ୍ପାଦନ ହୋଇଥିବା ନୂଆ ପିଆଜ ଛତ୍ର ବଜାରକୁ ଆସିବା ପରେ ଦର ସାମାନ୍ୟ ଖସିଛି । ସପ୍ତାହେ ଭିତରେ ରେଟ୍ ଆଉଟିକେ ଖସିବା ନେଇ ଆକଳନ କରିଛନ୍ତି ପିଆଜ ବ୍ୟବସାୟୀ । ପରିବା ବଜାରରେ ପିଆଜ ସ୍ଥିତି ସମ୍ପୂର୍ଣ୍ଣ ରୂପରେ ସ୍ୱାଭାବିକ ହେବାକୁ ଆହୁରି ଗୋଟିଏ ମାସ ଲାଗିଯିବ ବୋଲି ଆକଳନ କରାଯାଉଛି।