କନ୍ଦାଉଛି ପିଆଜ ରେଟ୍, ବଜାର ପରେ ଏବେ ମୈତ୍ରୀ କେନ୍ଦ୍ରରେ ପହଞ୍ଚିଲା ୯୯
Advertisement

କନ୍ଦାଉଛି ପିଆଜ ରେଟ୍, ବଜାର ପରେ ଏବେ ମୈତ୍ରୀ କେନ୍ଦ୍ରରେ ପହଞ୍ଚିଲା ୯୯

ଦିନେ ୪୯ ଟଙ୍କା ରେ ବିକ୍ରି ହେଉଥିବା ପିଆଜ ଏବେ ଶହେ ଛୁଇଁବାକୁ ଗଲାଣି । ଆଜି ଏହି ମୈତ୍ରୀ କେନ୍ଦ୍ରରେ ୯୯ ଟଙ୍କା ବିକ୍ରି ହେଉଛି ପିଆଜ । ଯାହାଫଳରେ ବଜାର ଓ ମୈତ୍ରୀ କେନ୍ଦ୍ରରେ ମହଙ୍ଗା ପିଆଜ ମଧ୍ୟରେ କୌଣସି ଫରକ ନଥିବା କହିଛନ୍ତି ଲୋକେ । 

 

କନ୍ଦାଉଛି ପିଆଜ ରେଟ୍, ବଜାର ପରେ ଏବେ ମୈତ୍ରୀ କେନ୍ଦ୍ରରେ ପହଞ୍ଚିଲା ୯୯

ଜଗନ୍ନାଥ ପାତ୍ର, କଟକ: ପରିବା ବଜାର ପରେ ଏବେ କଟକର ମୈତ୍ରୀ କେନ୍ଦ୍ରରେ ମଧ୍ୟ ପିଆଜର ଦର ବଢିବାରେ ଲାଗିଲାଣି । ୪୯ ଟଙ୍କା କିଲୋ ବଦଳରେ ଆଜି ୯୯ ଟଙ୍କାରେ ବିକ୍ରି ହେଲାଣି ପିଆଜ । ସରକାରୀ ମୈତ୍ରୀ କେନ୍ଦ୍ରରେ ଟିକେ କମ ଦାମରେ ପିଆଜ ମିଲୁଥିବା ନେଇ ଲୋକେ ଆସ୍ୱସ୍ତି ହୋଇଥିବା ବେଳେ ଏଠାରେ ବି ପିଆଜ ରେଟ ଚାର୍ଟରେ ଶହେ ଛୁଇଁବାକୁ ବସିଲାଣି । ଏହି କେନ୍ଦ୍ରରେ ବଜାର ଦର ଠାରୁ ଅନେକ କମ ଦରେ ପିଆଜ ଯୋଗାଉଥିଲେ ସରକାର । ଯାହାକୁ ନେଇ ସାମାନ୍ୟ ଆସ୍ୱସ୍ତି ଗ୍ରାହକ ପାଉଥିଲେ । ମାତ୍ର ଆଜି ଅର୍ଥାତ ଶୁକ୍ରବାର ଏଠାରେ ବି ପିଆଜର ରେଟ୍‌ ମିଟର ବଢିବାରେ ଲାଗୁଛି । 

fallback
ଦିନେ ୪୯ ଟଙ୍କା ରେ ବିକ୍ରି ହେଉଥିବା ପିଆଜ ଏବେ ଶହେ ଛୁଇଁବାକୁ ଗଲାଣି । ଆଜି ଏହି ମୈତ୍ରୀ କେନ୍ଦ୍ରରେ ୯୯ ଟଙ୍କା ବିକ୍ରି ହେଉଛି ପିଆଜ । ଯାହାଫଳରେ ବଜାର ଓ ମୈତ୍ରୀ କେନ୍ଦ୍ରରେ ମହଙ୍ଗା ପିଆଜ ମଧ୍ୟରେ କୌଣସି ଫରକ ନଥିବା କହିଛନ୍ତି ଲୋକେ । କେବଳ ଏତିକି ନୁହେଁ ଦୈନିକ ୫ରୁ୬ ପ୍ୟାକେଟ ପିଆଜ ଆସୁଥିବା ବେଳେ ଏବେ ଏହା କମି ଯାଇ ୨ରୁ୩ ଟି ପିଆଜ ପ୍ୟାକେଟ ଆସୁଛି । 

ଆଜି କଟକ ପରିବା ବଜାରରେ ପିଆଜ ର ଦର ୧୪୦ ଛୁଇଁଛି । ଏତେ ମହଙ୍ଗା ପରେ ବି ଲୋକେ କିଛି ପରିମାଣରେ କିଣି ସନ୍ତୁଷ୍ଟ ହେବାକୁ ପଡୁଥିବା ବେଳେ ଆଗକୁ ପିଆଜର ଅଭାବ ଆହୁରି ଲୋକଙ୍କୁ ସମସ୍ୟାରେ ପକାଇବ ସେ ଥିରେ ଦ୍ୱିମତ ନାହିଁ ।