ରେକର୍ଡ ଭାଙ୍ଗିଲା ପିଆଜ ଦର, ୧୨୦ ଟଙ୍କା ଛୁଇଁଲା ରେଟ୍

ବ୍ୟବସାୟୀଙ୍କ ପାଖରେ ବି ସରି ଆସିଲାଣି ପିଆଜ । ଯେଉଁ ବ୍ୟବସାୟୀ ଦିନକୁ ୩ ବସ୍ତା ପିଆଜ ବିକ୍ରି କରୁଥିଲେ ଏବେ କିଲୋ ଓଜନର ପିଆଜ ରଖି କରୁଛନ୍ତି ବ୍ୟବସାୟ । 

ରେକର୍ଡ ଭାଙ୍ଗିଲା ପିଆଜ ଦର,  ୧୨୦ ଟଙ୍କା ଛୁଇଁଲା ରେଟ୍

ଜଗନ୍ନାଥ ପାତ୍ର, କଟକ: ପରିବା ବଜାରରେ ସମସ୍ତ ରେକର୍ଡକୁ ଭାଙ୍ଗିଲା ପିଆଜ ଦର । କିଲୋ ପିଛା ୧୨୦ ଟଙ୍କାରେ ପହଞ୍ଚିଲାଣି  ପିଆଜ । ବ୍ୟବସାୟୀଙ୍କ ପାଖରେ ପିଆଜର ପରିମାଣ କମିଲାଣି । ଏପଟେ ଛାତ୍ରବଜାରକୁ ୪ ଦିନ ହେବ ଗୋଟିଏ ବି ପିଆଜ ଟ୍ରକ ଲାଗି ନାହିଁ । ଯାହାଫଳରେ ପିଆଜର ଚଢ଼ା ଦରରେ ବିକ୍ରି ହେଉଛି । ଆଉ କିଛି ଦିନ ଧରି ଏପରି ସ୍ଥିତି ଲାଗି ରହିଲେ ବଜାରରେ ପିଆଜ ଶୂନ୍ୟ ହୋଇଯିବ ବୋଲି ଆକଳନ କରିଛନ୍ତି ବ୍ୟବସାୟୀମାନେ । ଜାନୁଆରୀ ମାସ ପରେ ହିଁ ପିଆଜର ଆମଦାନୀ ସ୍ୱାଭାବିକ ହେବ ବୋଲି ଅନୁମାନ କରିଛି ବ୍ୟବସାୟୀ ସଂଘ ।

ବ୍ୟବସାୟୀଙ୍କ ପାଖରେ ବି ସରି ଆସିଲାଣି ପିଆଜ । ଯେଉଁ ବ୍ୟବସାୟୀ ଦିନକୁ ୩ ବସ୍ତା ପିଆଜ ବିକ୍ରି କରୁଥିଲେ ଏବେ କିଲୋ ଓଜନର ପିଆଜ ରଖି କରୁଛନ୍ତି ବ୍ୟବସାୟ । ଗତ ରବିବାରରେ ପିଆଜ ଦର ୯୦ ଥିଲା ବେଳେ ଆଜି ବୁଧବାର ଦିନରେ ୧୨୦ ଟଙ୍କା । ଯାହାଫଳରେ ବ୍ୟବସୟୀ ମାନେ ମଧ୍ୟ ପିଆଜ କିଣିବାରୁ ଦୂରେଇ ଗଲେଣି । ଆଜି ଛାତ୍ରବଜାରରେ ଲୋକେ ପରିବା କିଣିବା ପାଇଁ ଯେତିକି ଭିଡ ଲାଗୁଥିଲା ସେହି ପରିମାଣରେ ପିଆଜ ବ୍ୟବସାୟୀଙ୍କ ପାଖରେ ଭିଡ ଢେର କମ ରହିଥିଲା । ଯେ କେହି ବାଧ୍ୟବାଧ୍ୟକତାରେ କିଣିୁଛନ୍ତି ପିଆଜ ସେମାନେ ଅଧ କିଲୋ କିଣି ସନ୍ତୁଷ୍ଟ ହେବାକୁ ପଡୁଛି । ଆଗକୁ ପିଆଜ ଦର ବଢିଲେ ୧୦୦ ଗ୍ରାମ କଣି ସନ୍ତୁଷ୍ଟ ହେବାକୁ ପଡିବ ବୋଲି କହିଛନ୍ତି ।
                    
 ସାଧାରଣତଃ କଟକ ଛତ୍ରବାଜରର ପିଆଜ ଗୋଦାମଗୁଡିକ ନାସିକ ଓ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରିଥାନ୍ତି । ଦୈନିକ ୫ରୁ ୬ ପିଆଜ ଟ୍ରକ ଆସିଲେ ବାଜରରେ ପିଆଜ ଦର ନିୟନ୍ତ୍ରଣରେ ରହିଥାଏ । ମାତ୍ର  ଗତ ୪ ଦିନ ହେବ ବଜାରରେ ପିଆଜ ଟ୍ରକ ଦେଖିବାକୁ ମିଲିନାହିଁ । ଯେ କୌଣସି ବି ଗୋଟିଏ ଟ୍ରକ ଆସିଲେ ବି ମାତ୍ର ୫୦ ବସ୍ତା ପିଆଜ ଆସୁଛି । ଯାହା ବାଜାରରେ ଯୋଗାଇବା ବି ମୁସକିଲ । ଏହା ଦର ବୃଦ୍ଧିର କାରଣ ମଧ୍ୟ ପାଲଟୁଛି । ଆଉ କିଛି ଦିନ ଧରି ଏପରି ସ୍ଥିତି ଲାଗି ରହିଲେ ବଜାରରେ ପିଆଜ ଶୂନ୍ୟ ହୋଇଯିବ ବୋଲି ଆକଳନ କରିଛନ୍ତି ବ୍ୟବସାୟୀମାନେ । 

ଆସନ୍ତା ଜାନୁଆରୀ ମାସରେ ଉଭୟ ରାଜ୍ୟରେ ନୂଆ ପିଆଜ ପସଲ ଆସିଲା ପରେ ହିଁ ଦର ଖସିବା ନେଇ ଆକଳନ କରି ହେବ । ନଚେତ ଏ ଭଳି ଦର ବୃଦ୍ଧି ପାଇବ ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘ । ଧିରେ ଧିରେ ପିଆଜ ଦର ସଂମ୍ପୃର୍ଣ୍ଣ ନିୟନ୍ତ୍ରଣକୁ ବାହାରକୁ ଗଲାଣି । ଆସନ୍ତା ଜାନୁଆରୀ ମାସ ମଧ୍ୟରେ ନୂଆ ପିଆଜ ବଜାରକୁ ନ ଆସିଲେ ଦିନ ଆସିବ ପିଆଜ ୨ଶହ ଟଙ୍କା ଟପିବ ସେଥିରେ ସନ୍ଦେହ ନାହିଁ ।