କଟକରେ ପ୍ରଥମ ଥର ଲାଗି ଆୟୋଜନ ହେଲା ‘ପଥ ଉତ୍ସବ’
Advertisement

କଟକରେ ପ୍ରଥମ ଥର ଲାଗି ଆୟୋଜନ ହେଲା ‘ପଥ ଉତ୍ସବ’

ପ୍ରଥମ ଦିନରେ ନାଚଗୀତ ଆସର ସାଙ୍ଗକୁ ଖେଳକୁଦର ଭରପୁର ମଜା ନେଇଛନ୍ତି ଦର୍ଶକ । ନୂଆ ପୁରୁଣା ହିନ୍ଦୀ ଗୀତର ପରିବେଷଣ ସହ  ବିଭିନ୍ନ ସର୍କିଂତ୍ତନ ମଣ୍ଡଳୀ ଦ୍ୱାରା କିର୍ତ୍ତନ ପରିବେଷଣ କରାଯାଇଥିଲା । ଏହା ସହ ରାସ୍ତା ଉପରେ ସ୍କେଟିଂର ମଧ୍ୟ ମଜ୍ଜା ଉଠାଇଥିଲେ ।

କଟକରେ ପ୍ରଥମ ଥର ଲାଗି ଆୟୋଜନ ହେଲା ‘ପଥ ଉତ୍ସବ’

କଟକ: ବାଲିଯାତ୍ରା ଉପଲକ୍ଷେ କଟକ ସହରରେ ପ୍ରଥମ ଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ପଥ ଉତ୍ସବ’ ଆୟୋଜିତ ହୋଇଛି । ବୁଧବାର ପ୍ରଥମ ଦିନରେ ତଳ ପଡିଆରେ ଏକଟିଭିଟି ଜୋନରେ ଏହି ପଥ ଉତ୍ସବ ପାଳନ କରାଯାଇଛି । 

ପ୍ରଥମ ଦିନରେ ନାଚଗୀତ ଆସର ସାଙ୍ଗକୁ ଖେଳକୁଦର ଭରପୁର ମଜା ନେଇଛନ୍ତି ଦର୍ଶକ । ନୂଆ ପୁରୁଣା ହିନ୍ଦୀ ଗୀତର ପରିବେଷଣ ସହ  ବିଭିନ୍ନ ସର୍କିଂତ୍ତନ ମଣ୍ଡଳୀ ଦ୍ୱାରା କିର୍ତ୍ତନ ପରିବେଷଣ କରାଯାଇଥିଲା । ଏହା ସହ ରାସ୍ତା ଉପରେ ସ୍କେଟିଂର ମଧ୍ୟ ମଜ୍ଜା ଉଠାଇଥିଲେ । ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ୧୩୦ ଜଣ କଳାକାରଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ହୋଇଥିଲା । ନଗର ସଂକୀର୍ତ୍ତନ ସହ ଘୋଡ଼ାନାଚ କରାଯାଇଥିଲା । ଏଥିରେ ୨୫ ଜଣ କଳାକାର ପାରମ୍ପରିକ ମୃଦଙ୍ଗ ବାଦ୍ୟ ବଜାଇଥିଲେ । ଏହାସହ ପତଞ୍ଜଳି ପକ୍ଷରୁ ଦର୍ଶକଙ୍କୁ ଫିଟନେସ୍‌ର ମନ୍ତ୍ର ଦିଆଯାଇଥିଲା । ବ୍ୟାୟାମ ମାଧ୍ୟମରେ ବିଭିନ୍ନ ରୋଗରୁ ମଣିଷ କିଭଳି ମୁକ୍ତ ରହିପାରିବ ସେ ନେଇ ବାର୍ତ୍ତା ଦିଆଯାଇଥିଲା । ଏହାଛଡ଼ା ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନର ସମ୍ପାଦକ ପାର୍ଥ ସାରଥି ଜେନାଙ୍କ ତତ୍ତ୍ୱାବଧାନରେ ୧୬ଜଣ ପ୍ରଶିକ୍ଷାର୍ଥୀ ସ୍କେଟିଂ ପ୍ରଦର୍ଶନ କରିଥିଲେ । ଏହି ଉତ୍ସବ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅପରପକ୍ଷରେ ବାଲିଯାତ୍ରାକୁ ସ୍ୱଚ୍ଛ ବାଲିଯାତ୍ରାରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ଏଥିଲାଗି  ସକାଳ ସମୟରେ ଖୋଦ କଟକ ଜିଲ୍ଲାପାଳ ଭାବାନୀ ଶଙ୍କର ଚଇନି ହାତରେ ଛାଡୁ ଧରି ସଫେଇ କାମରେ ନିୟୋଜିତ ହୋଇଥିଲେ । କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସହିତ ତଳ ପଡିଆର ସଫେଇ କାମ କରିଥିଲେ । ପ୍ରଦୂଷଣ ମୁକ୍ତ ଓ ସ୍ୱଚ୍ଛ ବାଲିଯାତ୍ରା ପାଇଁ ଏହା ଏକ ପ୍ରୟାସ ବୋଲି  ଜିଲ୍ଲାପାଳ କହିଛନ୍ତି  ।