ବାଲିଯାତ୍ରା: କିଣାକିଣି ସାଙ୍ଗକୁ ଚଟ୍‌ପଟା ଖାଦ୍ୟ ଓ ଦୋଳି ଖେଳର ମଜା ଉଠାଉଛନ୍ତି ଲୋକେ
trendingNow,recommendedStories0/zeeodisha/odisha597313

ବାଲିଯାତ୍ରା: କିଣାକିଣି ସାଙ୍ଗକୁ ଚଟ୍‌ପଟା ଖାଦ୍ୟ ଓ ଦୋଳି ଖେଳର ମଜା ଉଠାଉଛନ୍ତି ଲୋକେ

ସନ୍ଧ୍ୟା ହେଲେ ଜନସମୁଦ୍ର ପାଲଟୁଛି ମହାନଦୀ ପଠା । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ନିଜ ନିଜ ପରିବାର ସହ ଆସି ଯାତ୍ରାର ମଜା ନେଉଛନ୍ତି । ଲୋକଙ୍କ ଭିଡ଼ ସାଙ୍ଗକୁ ବେପାର ମଧ୍ୟ ଭଲ ଜମୁଛି ।

ବାଲିଯାତ୍ରା: କିଣାକିଣି ସାଙ୍ଗକୁ ଚଟ୍‌ପଟା ଖାଦ୍ୟ ଓ ଦୋଳି ଖେଳର ମଜା ଉଠାଉଛନ୍ତି ଲୋକେ

କଟକ: ଦିନ ବଢିବା ସହିତ ଜମିବାର ଲାଗିଛି ବାଲିଯାତ୍ରାରେ ଲୋକଙ୍କ ଭିଡ । ସନ୍ଧ୍ୟା ହେଲେ ଜନସମୁଦ୍ର ପାଲଟୁଛି ମହାନଦୀ ପଠା । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ନିଜ ନିଜ ପରିବାର ସହ ଆସି ଯାତ୍ରାର ମଜା ନେଉଛନ୍ତି । ଲୋକଙ୍କ ଭିଡ଼ ସାଙ୍ଗକୁ ବେପାର ମଧ୍ୟ ଭଲ ଜମୁଛି ।

ତେବେ ବାଲିଯାତ୍ରାରେ ବୁଲିବା ସହିତ ଯଦି ଦୋଳି ଖେଳର ମଜ୍ଜା ନ ଉଠାଇଲେ ବୁଲା ଅଧୁରା ବୋଲି କୁହାଯାଇଥାଏ । ଏଥିପାଇଁ ବାଲିଯାତ୍ରାର ବିଭିନ୍ନ ରକମର ଦୋଳିର ଭରପୁର ଉପଭୋଗ କରୁଛନ୍ତି  ବୁଲିବାକୁ ଆସୁଥିବା ଲୋକେ । 

ଚଳିତ ବର୍ଷ ବାଲିଯାତ୍ରାର ଉପର ଓ ତଳ  ପଡିଆରେ ୪ଟି ସ୍ଥାନରେ ଲାଗିଛି ବିଭିନ୍ନ ଭେରାଇଟ୍ ର ଦୋଳି । ଯାହାର ଭରପୁର ମଜା ଉଠାଉଛନ୍ତି ଲକ୍ଷ ଲକ୍ଷ ଲୋକ । ଖାସ କରି ଯୁବ ପିଢିଙ୍କ ମଧ୍ୟରେ ବେଶ ଆକର୍ଷଣ ପାଲିଟିଛି ଦୋଳି । ସେହିପରି ଛୋଟ ଛୋଟ ପିଲାଙ୍କ ଲାଗି ମଧ୍ୟ ରହିଛି ବିଭିନ୍ନ ରକମର ଖେଳ । ମେଳାର ବୁଲିବା ସହିତ ଦୋଳି ଖେଳରେ ନ ବସିଲେ ତେବେ ବୁଲାଯାତ୍ରା ବୁଲା ଅଧୁରା ବୋଲି କୁହନ୍ତି ଲୋକେ । 

fallback ପାଖାପାଖି ଛୋଟ ବଡ ମିଶାଇ ୨୦ ପ୍ରକାରର ଖେଳ । ରାମଦୋଳି,ଚକ୍ରି,ଅକ୍ଟୋପସ୍ ,ଟୋରା ଟୋରା,ବ୍ରେକ ଡ୍ୟାନ୍ସ ଭଳି ଖେଳ ପ୍ରତି ଲୋକଙ୍କ ଅଧିକା ଆଗ୍ରହ ରହିଛି । ସକାଳ ସମୟରେ ସମସ୍ତ ଯାଞ୍ଚ କରିବା ପରେ ହିଁ ଦୋଳି ଖେଳର ଆରମ୍ଭ ହୋଇଥାଏ ବୋଲି ବ୍ୟବସାୟୀ କହିଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟି କରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ମେକାନିକାଲ ଇଂଜିନୟର ଟିମ୍ ମଧ୍ୟ ପ୍ରତିଦିନ ଏହି ଦୋଳିକୁ ଯାଞ୍ଚ କରିଥାନ୍ତି ।

Trending news