ପ୍ଲାଜମା ଦାନ କରିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ
Advertisement

ପ୍ଲାଜମା ଦାନ କରିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ

ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ପ୍ଲାଜମା (Plasma) ଦାନ କରିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତୀ ପ୍ରକାଶ ପାଣିଗାହୀ (Jyoti Prakash Panigrahi)। କଟକ ଏସସିବି  (SCB Medical) ମେଡିକାଲରେ ଟ୍ରାନ୍ସଫ୍ୟୁଜନ ବିଭାଗରେ ପ୍ଲାଜମା (Plasma) ଦାନ କରିଲେ ପର୍ଯ୍ୟଟନ ମନ୍ତ୍ରୀ (Tourism Minister)। 

ପ୍ଲାଜମା ଦାନ କରିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ

ଚିନ୍ନଂ ଜଗନ୍ନାଥ ପାତ୍ର, କଟକ: ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ପ୍ଲାଜମା (Plasma) ଦାନ କରିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତୀ ପ୍ରକାଶ ପାଣିଗାହୀ (Jyoti Prakash Panigrahi)। କଟକ ଏସସିବି  (SCB Medical) ମେଡିକାଲରେ ଟ୍ରାନ୍ସଫ୍ୟୁଜନ ବିଭାଗରେ ପ୍ଲାଜମା (Plasma) ଦାନ କରିଲେ ପର୍ଯ୍ୟଟନ ମନ୍ତ୍ରୀ (Tourism Minister)। କୋରୋନାରୁ (Corona) ସୁସ୍ଥ ହେବା ପରେ ଏସସିବିରେ ପ୍ଲାଜମା ଦାନ କରିଛନ୍ତି ମନ୍ତ୍ରୀ ।

ଅଧିକ ପଢନ୍ତୁ: ଚୀନକୁ ଖୋଲା ଖୋଲି ଧମକ ଦେଲେ ପ୍ରଧାନମନ୍ତ୍ରୀ !

ରାଜ୍ୟରେ ଗୁରୁତ୍ୱର କୋରୋନା (Corona) ରୋଗୀଙ୍କ ପାଇଁ ପ୍ଲଜମା ଚିକିତ୍ସା ସଫଳ ମିଲିଛି । ତେଣୁ ଅନେକ କୋରୋନା ସୁସ୍ଥ ରୋଗୀ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ଏହି ପ୍ଲାଜମା ଦାନ ଧାରରେ ସାମୀଲ ହୋଇଥିବାରୁ ଖୁସି ପ୍ରକଟ କରିଛନ୍ତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ଏପିରିକି କୌଣସି ଲୋକୋ ପ୍ଲାଜମା ଦାନରୁ ଭୟଭିତ ନ ହୋଇ ସମସ୍ତେ ପ୍ଲାଜମା ଦାନ କରିବା ପାଇଁ ଆଗକୁ ଆସିବା ପାଇଁ ପରାମର୍ଶ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।

ଏହା ପୂର୍ବରୁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏସ ସି ବି ମେଡିକାଲରେ ନିଜର ପ୍ଲାଜମା ଦାନ କରିସାରିଛନ୍ତି । ଏବେ ସୁଧା କଟକ ଏସ ସି ବି ମେଡିକାଲରେ ୮ ଶହରୁ ଉର୍ଦ୍ଧ କୋରନା ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିସାରିଛନ୍ତି । ସର୍ବାଧିକ ଅଗ୍ନୀଶ୍ରମ ବିଭାଗ, ଏନ ଡି ଆର ଏଫ ଓ ଓଡିଶା ପୋଲିସ ର ଜବାନ ମାନେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିଛନ୍ତି ।