ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ କମିଶନର
Advertisement

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ କମିଶନର

ଆସନ୍ତା ଡିସେମ୍ବର ୨୨ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ । ଏନେଇ ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ମ୍ୟାଚକୁ ଆଉ ଗୋଟିଏ ମାସରୁ ମଧ୍ୟ ସମୟ ରହିଥିବା ବେଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । 

ଫାଇଲ ଫଟୋ

କଟକ: ଆସନ୍ତା ଡିସେମ୍ବର ୨୨ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ । ଏନେଇ ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ମ୍ୟାଚକୁ ଆଉ ଗୋଟିଏ ମାସରୁ ମଧ୍ୟ ସମୟ ରହିଥିବା ବେଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । 

ଆଜି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କଟକ ଡିସିପି ଏବଂ ଅନ୍ୟାନ ଅଧିକାରୀ ବାରବାଟୀ ଷ୍ଟାଡିୟମ ବୁଲି ଦେଖିଛନ୍ତି । ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ପୋଲିସ କମିଶନର । ସୁରୁଖୁରୁରେ ଯେମିରି ଏହି ମ୍ୟାଚ ଅନୁଷ୍ଠିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଉଛି । 

ସେପଟେ ଗତକାଲି ଆରଡିସିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକ ସମସ୍ତ କାମ ତୁରନ୍ତ ଶେଷ କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି । ମ୍ୟାଚ୍ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା, ଜଳଯୋଗାଣ, ଆବଶ୍ୟକ ଟଏଲେଟ୍ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି । ଷ୍ଟାଡିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ମରାମତି ମଧ୍ୟ କରାଯାଉଛି । 

ପ୍ରାୟ ଅଢ଼େଇ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ହେଉଛି । ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରୀ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ତେଣୁ ଏହି ଗ୍ୟାଲେରୀ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ ନାହିଁ ବୋଲି ଜଣାପଡିଛି । 

ମ୍ୟାଚ ପାଇଁ ଡିସେମ୍ବର ୫ ତାରିଖରୁ ଅନଲାଇନରେ ଟିକେଟ ଉପଲବ୍ଧ ହେବ । ଏହା ମାଧ୍ୟମରେ ମୋଟ ୯ହଜାର ୩୧୦ ଟିକେଟ୍ ବିକ୍ରି କରାଯିବ। ୧୪ ଓ ୧୫ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥା ତଥା ସ୍କୁଲ, କଲେଜ ଆଦିଙ୍କୁ ଟିକେଟ୍ ବିକ୍ରି କରାଯିବ । ଡିସେମ୍ବର ୧୯ ଓ ୨୦ ତାରିଖରେ ଷ୍ଟାଡିୟମର କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । 

କେତେ ରହିଛି ଟିକେଟ ମୂଲ୍ୟ ?

  • ଗ୍ୟାଲେରୀ ନମ୍ବର ୧ ଓ ୩ର ଟିକେଟ୍ ମୂଲ୍ୟ ୬୦୦ ଟଙ୍କା 
  • ଗ୍ୟାଲେରୀ ନମ୍ବର ୨ ଓ ୪ର ମୂଳ୍ୟ ୫୦୦
  • ଗ୍ୟାଲେରୀ ନମ୍ବର ୬ ଓ ୭ର ମୂଲ୍ୟ ୪୦୦
  • ସ୍ପେଶାଲ ଏନକ୍ଲୋଜରର ମୂଲ୍ୟ ୩ହଜାର
  • ନ୍ୟୁ ପ୍ୟାଭିଲିୟନର ଟିକେଟ ମୂଲ୍ୟ ୫ହଜାର
  • କର୍ପୋରେଟ୍ ବକ୍ସର ଟିକେଟ ମୂଲ୍ୟ ୮ହଜାର 
  • ଗ୍ୟାଲେରୀ ନମ୍ବର-୪ରେ ଥିବା ଏସି ବକ୍ସର ଟିକେଟ ମୂଲ୍ୟ ୫ହଜାର ଟଙ୍କା ।