କଟକ: କଟକ ଜଗତପୁର ଥାନା ପଦ୍ମପୁର ଗାଁରେ ବେଆଇନ ବାଣ କାରଖାନା ଚାଲିଥିବା ସୂଚନା ପାଇ ପୁଲିସ୍ କାଲି ବିଳମ୍ବିତ ରାତିରେ ଚଢଉ କରିଥିଲା। ଚଢ଼ାଉ ବେଳେ ବିପୁଳ ପରିମାଣରେ ବେଆଇନ ବାଣ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି ପୋଲିସ। ୫ ଟି ଟ୍ରକରେ ବାଣ ପ୍ରସ୍ତୁତ ସାମଗ୍ରୀ ଓ ବାଣ ଜବତ କରିଛି ପୋଲିସ। ଚଢ଼ାଉ ଲାଗି ପୋଲିସ ର ଏକ ସ୍ୱତନ୍ତ୍ର ଟିମ କରିଥିଲା। ବିଭିନ୍ନ ସ୍ଥାନରେ ଅଧିକାରୀ ଓ ପୋଲିସ ଟିମ ର ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ୧୨ ଜଣଙ୍କୁ ଅଟକ ରଖିଛି।
ଗତ ବର୍ଷ ମଧ୍ୟ ଜଗତପୁର ଅଞ୍ଚଳରୁ ବିପୁଳ ପରିମାଣର ବାଣ ଜବତ କରାଯାଇଥିଲା। ଏଥିଯୋଗୁ ପୋଲିସ ଏହି ଅଞ୍ଚଳ ଉପରେ କଡ଼ା ନଜର ରଖିଥିଲା। ଏଠାରେ ବାଣ ପ୍ରସ୍ତୁତ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ଜଣାଯାଇଛି।