ତଳ କୋର୍ଟରୁ ନିରାଶ; ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
Advertisement

ତଳ କୋର୍ଟରୁ ନିରାଶ; ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ତଳ କୋର୍ଟରୁ ନିରାସ ହେବା ପରେ ଜାମିନ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। 

ତଳ କୋର୍ଟରୁ ନିରାଶ; ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଚିନ୍ନଂ ଜଗନ୍ନାଥ ପାତ୍ର,କଟକ: ଅର୍ଥ କାରାବାରକୁ ନେଇ ବିବାଦ ଘେରକୁ ଟଣାହୋଇଥିବା ଗୋପାଳପୁର ବିଧାୟକ (Gopalpur MLA) ପ୍ରଦୀପ ପାଣିଗ୍ରାହୀ (Pradeep Panigrahi) ଜାମିନ ପାଇଁ ହାଇକୋର୍ଟଙ୍କ (High Court) ଦ୍ୱାରସ୍ଥ ହୋଇଛନ୍ତି। ଜାମିନ ଆବେଦନରେ କ୍ରାଇମବ୍ରାଞ୍ଚର ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ। ଗତ ୭ ତାରିଖରେ ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌ଙ୍କ ଅଦାଲତରେ ଜାମିନ ଆବେଦନ ଖାରଜ ହୋଇଥିଲା। ଏହାପରେ ହାଇକୋର୍ଟରେ ପହଞ୍ଚିଛନ୍ତି ସେ। 

ପାଠକ ବାପା-ପୁଅ ଗିରଫ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ ପ୍ରଦୀପ ପାଣିଗ୍ରାହୀ। ତାଙ୍କୁ ନେଇ ବିବାଦ ତେଜିବାରୁ ବିଜେଡିରୁ ମଧ୍ୟ ବହିଷ୍କୃତ ହୋଇଥିଲେ ସେ। ଏହାପରେ ଚାକିରି ଦେବା ନାଁରେ ଆକାଶ ପାଠକଙ୍କ ସହିତ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ ସାମ୍ନାକୁ ଆସିଥିଲା। ଏହାର ଠୋସ ପ୍ରମାଣ ପାଇବା ପରେ ଗତ ୩ ତାରିଖରେ କ୍ରାଇମବ୍ରାଞ୍ଚର ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା।  

Also Read: ପାଠକ ପରେ ପ୍ରଦୀପଙ୍କ ସମ୍ପତ୍ତି ତଦନ୍ତ କରିବ ଇଡି

 

କ୍ରାଇମବ୍ରାଞ୍ଚର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ତଳ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିରାଶ ହେବାକୁ ପଡିଥିଲା। ପୁଣି ଜାମିନ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗୋପାଳପୁର ବିଧାୟକ। ଏହା ପୂର୍ବରୁ ଅକାଶ ପାଠକଙ୍କ ବାପା ଅଭୟକାନ୍ତ ପାଠକ ମଧ୍ୟ ଭିଜିଲାନ୍ସର ମାମଲାରେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।