ସସ୍ମିତା ୪୦ଜଣ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିଲେ । ଭାତ ଗାଳିବା ସମୟରେ ଗରମ ଭାତ ହାଣ୍ଡିରେ ତାଙ୍କର ହାତ ଦୁଇଟି ପଶିଯାଇଥିଲା। ପାଚିକାଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଉଛି ।
Trending Photos
ପ୍ରଦ୍ୟୁମ୍ନ ମାଝୀ, କଟକ: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଧୀନରେ ଥିବା କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ଏକ ଅଘଟଣ ଘଟି ଯାଇଛି । ସେହି ବିଦ୍ୟାଳୟରେ ସହକାରୀ ରୋଷେୟା ଭାବେ କାର୍ଯ୍ୟ କରୁଥିବା ସସ୍ମିତା ସାହୁ ଗତ ୩ ଦିନ ହେବ ଯନ୍ତ୍ରଣାରେ ଛଟପଟ ହେଲେ ସୁଦ୍ଧା ତାଙ୍କ କଥା କେହି ଶୁଣୁନାହାନ୍ତି ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ସସ୍ମିତା ୪୦ଜଣ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିଲେ । ଭାତ ଗାଳିବା ସମୟରେ ଗରମ ଭାତ ହାଣ୍ଡିରେ ତାଙ୍କର ହାତ ଦୁଇଟି ପଶିଯାଇଥିଲା । ତାଙ୍କୁ ସେଠାରୁ ସଙ୍ଗେ ସଙ୍ଗେ ନିକଟସ୍ଥ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏହାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କୁ ବଡ ମେଡିକାଲକୁ ରେଫେର କରିଥିଲେ । କିନ୍ତୁ ଏହାର ଦାୟିତ୍ୱ କେହି ନେଲେ ନାହିଁ । ୩ ଦିନ ହେବ ଘରେ ରହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସସ୍ମିତା ।
ମହିଳାଙ୍କ କୌଣସି ସମ୍ପର୍କୀୟ ନାହାନ୍ତି । ସେ ତାଙ୍କ ଦୁଇ ଝିଅଙ୍କୁ ଧରି ବିଦ୍ୟାଳୟରେ କାମ କରି ପେଟ ପୋଷୁଥିଲେ। ବି.ଇ.ଓ ଅଫିସ ଭିତରେ ଥିବା ବିଦ୍ୟାଳରେ ଘଟଣା ଘଟିଥିଲେ ସୁଦ୍ଧା ଏହି ବାବଦରେ କୌଣସି ସହାୟତା ପାଇପାରିନାହାନ୍ତି ସସ୍ମିତା । ପାଚିକାଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଉଛି ।