close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାଙ୍ଗିବ କି ମେଣ୍ଟ? ବିଜେପି-ଶିବସେନା ମଧ୍ୟରେ ହେବାକୁ ଥିବା ବୈଠକ ରଦ୍ଦ

ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ଓ ଶିବସେନା ମୁହାଁମୁହିଁ । କୌଣସି ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଏନେଇ ଦୁଇ ଦଳର ନେତା ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଥିବାର ନଜରକୁ ଆସୁଛି । ଗୋଟିଏ ପଟେ ଶିବସେନା ୫୦-୫୦ ଫର୍ମୁଲାର କଥା କହୁଥିବା ବେଳେ ବିଜେପି ଏହାକୁ ଅସ୍ୱୀକାର କରିଛି ।  ଶିବସେନା ସହ ୫୦-୫୦ ଫର୍ମୁଲା ଉପରେ କୌଣସି ଆଲୋଚନା ହୋଇ ନାହିଁ । ଆଗାମୀ ୫ ବର୍ଷ ପାଇଁ ମୁଁ ହିଁ ମୁଖ୍ୟମନ୍ତ୍ରୀ ହେବି ବୋଲି ଦାବି କରିଛନ୍ତି ଦେବେନ୍ଦ୍ର ଫଡନାବିସ ।

ଭାଙ୍ଗିବ କି ମେଣ୍ଟ? ବିଜେପି-ଶିବସେନା ମଧ୍ୟରେ ହେବାକୁ ଥିବା ବୈଠକ ରଦ୍ଦ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ୱାଇ: ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ଓ ଶିବସେନା ମୁହାଁମୁହିଁ । କୌଣସି ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଏନେଇ ଦୁଇ ଦଳର ନେତା ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଥିବାର ନଜରକୁ ଆସୁଛି । ଗୋଟିଏ ପଟେ ଶିବସେନା ୫୦-୫୦ ଫର୍ମୁଲାର କଥା କହୁଥିବା ବେଳେ ବିଜେପି ଏହାକୁ ଅସ୍ୱୀକାର କରିଛି ।  ଶିବସେନା ସହ ୫୦-୫୦ ଫର୍ମୁଲା ଉପରେ କୌଣସି ଆଲୋଚନା ହୋଇ ନାହିଁ । ଆଗାମୀ ୫ ବର୍ଷ ପାଇଁ ମୁଁ ହିଁ ମୁଖ୍ୟମନ୍ତ୍ରୀ ହେବି ବୋଲି ଦାବି କରିଛନ୍ତି ଦେବେନ୍ଦ୍ର ଫଡନାବିସ ।

 ଅନ୍ୟପକ୍ଷେ ଏହାର ଜବାବ ରଖିଛନ୍ତି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ । ସେ କହିଛନ୍ତି ଯେ ସିଏମ ଫଡନାବିସ ଏପରି କାହିଁକି କହିଛନ୍ତି, ତାହା ମୁଁ ଜାଣିନାହିଁ । ଏହି କ୍ରମରେ ମଙ୍ଗଳବାର ସରକାର ଗଢିବା ପାଇଁ ଶିବସେନା ଓ ବିଜେପି ମଧ୍ୟରେ ହେବାକୁ ଥିବା ବୈଠକକୁ ରଦ୍ଦ କରି ଦିଆଯାଇଛି । ଏହି ବୈଠକ ଆସନ୍ତାକାଲି ହୋଇପାରେ ବୋଲି ଜଣାପଡିଛି ।  

ମଙ୍ଗଳବାର ଫଡନାବିସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଓ ବିଜେପି ମଧ୍ୟରେ କୌଣସି ଚୁକ୍ତି ହୋଇ ନାହିଁ ।  ଶିବସେନାକୁ ୨.୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବା କୌଣସି ପ୍ରତିଶ୍ରୃତି କରି ନାହିଁ ବିଜେପି ।  ସେହିପରି ବିଜେପିର ସାଂସଦ ସଞ୍ଜୟ କାକଡେ ଦାବି କରିଛନ୍ତି ଯେ, ଶିବସେନାର ୪୫ ଜଣ ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି । ସେମାନେ ବିଜେପି ସହ ମିଶି ରାଜ୍ୟରେ ସରକାର ଗଢିବାକୁ ଚାହୁଁଛନ୍ତି । ସେମାନେ ଲଗାତର ଆମକୁ କଲ କରି କହୁଛନ୍ତି ଯେ ଆମକୁ ସରକାରରେ ସାମିଲ କରାଯାଉ ।

ଅନ୍ୟପକ୍ଷେ ସଞ୍ଜୟ ରାଉତଙ୍କ କହିବା କଥା ହେଲା, ଶିବସେନା ପାଖରେ ବିଜେପି ବ୍ୟତୀତ ଅନ୍ୟ ବିକଳ୍ପ ବି ଅଛି । କିନ୍ତୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅନ୍ୟ ବିକଳ୍ପକୁ ଆପଣାଇ ପାପ କରିବାକୁ ଚାହୁଁନାହାଁନ୍ତି । ଶିବସେନା ସବୁବେଳେ ସତ୍ୟ ରାଜନୀତି ଉପରେ ବିଶ୍ୱାସ କରେ । ଆମେ କ୍ଷମତା ପାଇଁ ଭୋକିଲା ନୋହୁଁ ବୋଲି କହିଛନ୍ତି ସଞ୍ଜୟ । 

ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ, ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟା କମ ହୋଇଛି । ଯାହାର ଫାଇଦା ସହଯୋଗୀ ଶିବସେନା ଉଠାଇବାକୁ ଚାହୁଁଛି ।  ବର୍ତ୍ତମାନ ଶିବସେନାର ଆଖି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି ।