• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଅଟୋକୁ ଧକ୍କା ଦେଲା କାର, ୬ ଆହତ

ତେବେ ଯେଉଁ କାରଟି ଧକ୍କା କରିଛି ସେ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ଡିସିପି ।

ଅଟୋକୁ ଧକ୍କା ଦେଲା କାର, ୬ ଆହତ

କଟକ: କଟକରେ ହିଟ ଏଣ୍ଡ ରନ୍‌ । ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ମାର୍ତ୍ତାମଠ ଅଞ୍ଚଳରେ । ହିଟ କରିଛି କାର । କ୍ଷତିଗ୍ରସ୍ତ ହୋଇଛି ଅଟୋ । ଅଟୋରେ ରହିଥିବା ସମସ୍ତ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଯେଉଁ କାରଟି ଧକ୍କା  କରିଛି  ସେ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ଡିସିପି ।

ଏହି ପୋଲିସ ଅଫିସରଙ୍କ ପୁଅ ଡ୍ରାଇଭିଂ କରୁଥିବା ବେଳେ ନିଜର କିଛି ପୁଅ ଓ ଝିଅ ସାଙ୍ଗ ମଧ୍ୟ କାର ଭିତରେ ରହିଥିଲେ । ମିଲିଥିବା ସୂଚନା ମୁତାବକ ରାତି ପ୍ରାୟ ୧୦ ଟା ସମୟରେ କଟକ ପିରବାଜାର ଅଞ୍ଚଳର ଏକ ପରିବାର ଅଟୋରେ ମହାନଦୀ ରିଙ୍ଗ ବନ୍ଧ ରାସ୍ତା ଦେଇ ଘରକୁ ଫେରୁଥିଲେ  ଏହି ସମୟରେ ଏକ କାର ହାଇସ୍ପିଡ୍‌ରେ ଆସି ଧକ୍କା କରିଥିଲା । ଧକ୍କା କରିବା ଫଳରେ ଅଟୋ ଟି କିଛି ଦୂରରେ ଛିଟିକି ପଡିଥିଲା । ଅଟୋ ଭିତରେ ରହିଥିବା ୨ ଜଣ ଶିଶୁଙ୍କ ସମେତ ସମସ୍ତେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅପରପଟେ ବେପୁରିଆ , ମଦ୍ୟପାନ କରି ଗାଡି ଚଲାଇବା ପରେ ଦୁର୍ଘଟଣା କରିବା ଆଦି ଘଟଣାକୁ ନେଇ ମଙ୍ଗଳାବାଗ ଥାନାରେ ଏକ ଏତଲା ଋଜୁ କରାଯାଇଛି ।  ଏତଲା ଆଧାରରେ  ଡ୍ରାଇଭିଂ କରୁଥିବା ଅଙ୍କିତ ପରିଡାକୁ ଗିରଫ କରଯାଇଥିବା କହିଛନ୍ତି କଟକ ଡିସିପି ।