close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଛୁଆର ବଢୁଛି ମୁଣ୍ଡ, ଚିକିତ୍ସା ପାଇଁ ଅର୍ଥ ବାଧକ

ଜନ୍ମ ବେଳେ ସବୁ ଠିକଠାକ୍ ଥିଲା। ଏବେ  ଶିଶୁ କନ୍ୟାର ବୟସ ମାତ୍ର ୩ମାସ, ହେଲେ ତାହାର ଶରୀର ତୁଳନାରେ ମୁଣ୍ଡ ବଢିବାରେ ଲାଗିଛି। ଶିଶୁକନ୍ୟାକୁ ସୁସ୍ଥ କରିବା ପାଇଁ  ତନି ମାସ ଭିତରେ ଘରର ସବୁ କିଛି ବିକ୍ରିବଟା କରିସାରିଲେଣି ବାପା ମାଆ। ଏବେ ଅଧିକ ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାରୁ  ଘରକୁ କୁନି ଝିଅଟିକୁ ନେଇ ଆସିଛନ୍ତି ବାପ ମାଆ। 

ଛୁଆର ବଢୁଛି ମୁଣ୍ଡ, ଚିକିତ୍ସା ପାଇଁ ଅର୍ଥ ବାଧକ

ଦୀପକ ଦାସ,ସାଲେପୁର: ଜନ୍ମ ବେଳେ ସବୁ ଠିକଠାକ୍ ଥିଲା। ଏବେ  ଶିଶୁ କନ୍ୟାର ବୟସ ମାତ୍ର ୩ମାସ, ହେଲେ ତାହାର ଶରୀର ତୁଳନାରେ ମୁଣ୍ଡ ବଢିବାରେ ଲାଗିଛି। ଶିଶୁକନ୍ୟାକୁ ସୁସ୍ଥ କରିବା ପାଇଁ  ତନି ମାସ ଭିତରେ ଘରର ସବୁ କିଛି ବିକ୍ରିବଟା କରିସାରିଲେଣି ବାପା ମାଆ। ଏବେ ଅଧିକ ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାରୁ  ଘରକୁ କୁନି ଝିଅଟିକୁ ନେଇ ଆସିଛନ୍ତି ବାପ ମାଆ। ଏବେ ଝିଅର ଜୀବନ ବଞ୍ଚାଇବା ପାଇଁ  ସରକାରଙ୍କ ପାଖରେ ଆକୁଳ ନିବେଦନ କରୁଛନ୍ତି। କଟକ ଜିଲ୍ଲା ସାଲେପୁର ପୁରୁଷୋତ୍ତମପୁର ଗାଁରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।  

ମାଆ କୋଳରେ ଯନ୍ତ୍ରଣାରେ ଛଟପଟ ହେଉଛି ୩ ମାସର  ଶିଶୁ କନ୍ୟା। ଜନ୍ମ ହେବାର ଆଠ ଦିନ ପରେ ଅସ୍ୱାଭାବିକ ଭାବେ  ମୁଣ୍ଡ  ବଢିବାରେ ଲାଗିଛି। ଚିନ୍ତାରେ ଦିନ କାଟୁଛନ୍ତି ସାଲେପୁର ପୁରୁଷୋତ୍ତମପୁର ଗାଁ  ପବିତ୍ର ବଲ୍ଲଭ ରାଉତ  ଓ ତାଙ୍କ ପତ୍ନୀ  ସସ୍ମିତା ରାଉତ। ଝିଅର ଚିକିତ୍ସା ପାଇଁ  କଟକ ଶିଶୁ ଭବନ ଠାରୁ ଆରମ୍ଭ କରି କଟକ ବଡ ଡାକ୍ତରଖାନା  ପର୍ଯ୍ୟନ୍ତ ସବୁଠି ଦେଖାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଯାହା ଅର୍ଥ ଥିଲା ସେସବୁ  ସରିଗଲାଣି। ଅର୍ଥାଭାବରୁ ଝିଅର ଚିକିତ୍ସା କରିନପାରି  ଘରକୁ ନେଇ ଆସିଛନ୍ତି ବାପ ମାଆ। ଏବେ ଝିଅର ଆରୋଗ୍ୟ କାମନା ପାଇଁ ଭଗବାନକୁ ଡାକିବା ବ୍ୟତିତ ଆଉ କିଛି ଉପାୟ ନାହିଁ ।
ସାହି ପଡୋଶୀ  କେବଳ ଶିଶୁକନ୍ୟାକୁ ଦେଖି ଦୁଃଖ ପ୍ରକାଶ କରିବା ସହ  ସହାନୁଭୂତି ଜଣାଉଛନ୍ତି। ଅଭାବୀ ପରିବାରକୁ  ସରକାରୀ ସହାୟତା ମିଳିଲେ ଶିଶୁକନ୍ୟା ସୁସ୍ଥ ହୋଇପାରନ୍ତା। ସେପଟେ ଶିଶୁ କନ୍ୟାର ଅସ୍ତ୍ରୋପଚାର କରିବା ସହ ଚିକିତ୍ସା ଆବଶ୍ୟକ ରହିଛି ବୋଲି ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କହିଛନ୍ତି।
ଯଦି ଆପଣମାନେ ବି ପବିତ୍ର ବଲ୍ଲଭଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି ତେବେ  ସିଧାସଳଖ ତାଙ୍କୁ ସହାୟତା କରିପାରିବେ। ତାଙ୍କ ଠିକଣା ହେଲା।
ନାମ -ପବିତ୍ର ବଲ୍ଲଭ ରାଉତ
 ଗ୍ରାମ - ପୁରୁଷୋତ୍ତମପୁର
ପୋଷ୍ଟ - ଶିଶୁଆ
ଭାୟା-ସାଲେପୁର
ଜିଲ୍ଲା-କଟକ
ଏସବିଆଇ ଆକାଉଣ୍ଟ୍ ନଂ-35368551451
ଆଇଏଫଏସସି କୋଡ୍-SBIN0003942