ଖ୍ରୀଷ୍ଟ କଲେଜରେ ଛାତ୍ର ଅଶାନ୍ତି, ରାସ୍ତା ରୋକ

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ପ୍ରତି ୬ ମାସରେ ସେମିଷ୍ଟାର ପରୀକ୍ଷାର ନିୟମ ରହିଛି । ମାତ୍ର କର୍ତ୍ତୃପକ୍ଷ ୩ ମାସରେ ସେମିଷ୍ଟାର ପରୀକ୍ଷା କରୁଛନ୍ତି । 

ଖ୍ରୀଷ୍ଟ କଲେଜରେ ଛାତ୍ର ଅଶାନ୍ତି, ରାସ୍ତା ରୋକ

ଜଗନ୍ନାଥ ପାତ୍ର, କଟକ: କଟକ ଖ୍ରୀଷ୍ଟ କଲେଜର ଦେଖିବାକୁ ମିଲିଛି ଛାତ୍ର ଅଶାନ୍ତି । ସେମିଷ୍ଟାର ପରୀକ୍ଷାକୁ ନେଇ ଦେଖାଦେଇଛି ଅଶାନ୍ତି । ଅଶାନ୍ତ ଛାତ୍ରଛାତ୍ରୀମାନେ ଆଜି ଅର୍ଥାତ ବୁଧବାର କଲେଜ ଗେଟ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ଆଜି କନିକା ଛକ ଓ ଚଣ୍ଡି ମନ୍ଦିର ରାସ୍ତା ୩ ଘଣ୍ଟା କାଳ ଗାଡି ଚଳାଚଳରେ ବାଧା ପ୍ରାପ୍ତ ସୃଷ୍ଟି ହୋଇଥିଲା ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ପ୍ରତି ୬ ମାସରେ ସେମିଷ୍ଟାର ପରୀକ୍ଷାର ନିୟମ ରହିଛି । ମାତ୍ର କର୍ତ୍ତୃପକ୍ଷ ୩ ମାସରେ ସେମିଷ୍ଟାର ପରୀକ୍ଷା କରୁଛନ୍ତି । ଏ ନେଇ ଆଜି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ଉତ୍କଳ ବିଶ୍ୱାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ ଦାଖଳ କରିଛନ୍ତି ।