close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବାଲିଯାତ୍ରାକୁ ଫେରିବ ତାରକସି ଷ୍ଟଲ

୨୦୧୨ମସିହା  ଶେଷ ଥର ଦେଖିବାକୁ ମିଳିଥିଲା ତାରକସି ଷ୍ଟଲ । ଦୀର୍ଘ ୬ ବର୍ଷ ପରେ ପୁଣିଥରେ ବଣିକ ସଂଘର ଅନୁରୋଧ କ୍ରମେ ସ୍ୱତନ୍ତ୍ର ଷ୍ଟଲ ଆଲଟମେଣ୍ଟ କରାଯାଇଛି । ଏହି ଷ୍ଟଲରେ ରୂପାରେ ପ୍ରସ୍ତୁତ ବିଭିନ୍ନ ତାରକସି  କାରୁକାର୍ଯ୍ୟ ରହିବ ଏଥିସହିତ ଷ୍ଟଲ ମଧ୍ୟରେ କାରିଗର ମାନେ ମଧ୍ୟ ପ୍ରସ୍ତୁତ କରିବେ ।      

 ବାଲିଯାତ୍ରାକୁ ଫେରିବ ତାରକସି ଷ୍ଟଲ

କଟକ: କଟକ ସହରକୁ ଦେଶ ତଥା ବିଶ୍ୱଦରବାରରେ ପରିଚିତ କରିଛି ଏହାର ତାରକସି କାମ । ଏଥିପାଇଁ କଟକକୁ ସିଲଭର ସିଟିର ମଧ୍ୟ ମାନ୍ୟତା ମିଲିଛି । ତାରକସି କାର୍ଯ୍ୟ କେବଳ ଯେ ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱର ଦରବାରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । କଟକକୁ ନୂଆ ପରିଚୟ ଦେଇଥିବା ଏହି ତାରକସିକୁ ବାଲିଯାତ୍ରାରେ ସାମିଲ  କରିବା ପାଇଁ ଚେଷ୍ଟା କରିଛି ଜିଲ୍ଲା ପ୍ରଶାସନ । ଏଥର ବାଲିଯାତ୍ରା ରେ ମଧ୍ୟ ତାରକସି କାର୍ଯ୍ୟରେ ନିର୍ମିତ ବିଭିନ୍ନ କାରୁକାର୍ଯ୍ୟ ମଧ୍ୟ ଶୋଭା ପାଇବାକୁ ଯାଉଛି । ଏଭଳି କିଛି ନିଷ୍ପତ୍ତି ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ । ଯାହାଫଳରେ ହଜାର ହଜାର ଲୋକଙ୍କ ଭିଡ ମଧ୍ୟରେ ଏକ ନୂଆ କିଛି ସନ୍ଦେଶ  ପାଇବେ ବୋଲି ଆଶା ରଖିଛନ୍ତି ଜିଲ୍ଲାପାଳ ।

ବହୁ ପର୍ବରୁ କଟକର ଐତିହାସିକ ବାଲିଯାତ୍ରାରେ ଖାସ ଆକର୍ଷଣର କେନ୍ଦ୍ରବିନ୍ଦୁ  ପାଲଟିଥାଏ ତାରକସି ଷ୍ଟଲ । ମାତ୍ର ୨୦୧୨ ମସିହାରେ ଏହି କିଛିଟା ସମସ୍ୟା ଯୋଗୁଁଁ ବାଲିଯାତ୍ରାରେ ସାମିଲ ହୋଇପାରି ନଥିଲା । ଦୀର୍ଘ ୬ ବର୍ଷ ପରେ ପୁଣିଥରେ ବଣିକ ସଂଘର ଅନୁରୋଧ କ୍ରମେ ସ୍ୱତନ୍ତ୍ର ଷ୍ଟଲ ଆଲଟମେଣ୍ଟ କରାଯାଇଛି । ଏହି ଷ୍ଟଲରେ ରୂପାରେ ପ୍ରସ୍ତୁତ ବିଭିନ୍ନ ତାରକସି  କାରୁକାର୍ଯ୍ୟ ରହିବ ଏଥିସହିତ ଷ୍ଟଲ ମଧ୍ୟରେ କାରିଗର ମାନେ ମଧ୍ୟ ପ୍ରସ୍ତୁତ କରିବେ । ଏଥିସହିତ କଟକ ତାରକସି କାର୍ଯ୍ୟର ଇତିହାସକୁ ମଧ୍ୟ ଲୋକଲୋଚନକୁ ଅଣାଯିବ । ଯାହାଫଳରେ ତାରକସିକୁ ଜି ଆଇ ଟ୍ୟାଗ୍ ମାନ୍ୟତା ପାଇଁ ଏକ ପ୍ରସଙ୍ଗ ମଧ୍ୟ ଉଠାଯିବ ବୋଲି କହିଛନ୍ତି ବଣିକ ସଂଘ ।

କଟକର ଐତିହାସିକ ବାଲିଯାତ୍ରାରେ ଏକ ପ୍ରକୃଷ୍ଟ ସ୍ଥାନ ଯେଉଁଠି ଲୋକ ଲୋଚନକୁ ଅନେକ ବିଷୟବସ୍ତୁ ଅଣାଯାଇ ପାରିବ । ତେଣୁ ତାରକସି  କାର୍ଯ୍ୟ ପାଇଁ କଟକ ସହର ପରିଚିତ ରହିଥିଲେ ମଧ୍ୟ ଏହାର ଇତିହାସକୁ ଲୋକଲୋଚନକୁ ଆଣିବାର ଏକ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ ।