ଖେଳାଳିଙ୍କୁ ଦେଖିବାକୁ ବାରବାଟୀରେ ଭିଡ ଜମାଇଲେଣି ଫ୍ୟାନ୍ସ
ଖେଳାଳିଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଗହଳି
Trending Photos
)
କଟକ: ଆସନ୍ତା କାଲି ବାରବାଟୀ ଷ୍ଟାଡିୟମରେ ହେବ ଭାରତ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଫାଇନାଲ ଟକ୍କର । ଏହି ଟାଇଟେଲକୁ ନେବା ପାଇଁ ଉଭୟ ଟିମ ମଧ୍ୟରେ ଯେତିକି ଟକ୍କର ହେବ ତା ଠାରୁ ଅଧିକା କ୍ରିକେଟ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ବାରବାଟୀରେ ଭାରତୀୟ କ୍ରିକେଟ ଦଳର ଅଭ୍ୟାସ ଜାରି ରହିଛି । ମେ ଫେୟାର ହୋଟେଲରୁ ସକାଳ ୧୦ଟା ୧୫ରୁ ଭାରତୀୟ ଟିମ କଟକ ବାରବାଟୀ ଅଭିମୁଖେ ବାହାରିଥିଲେ । ଅପରାହ୍ନ ଯାଏଁ ଅଭ୍ୟାସ କରିବା ପରେ ୨ଟାରେ ଭୁବନେଶ୍ୱର ଫେରି ଆସିବ ଦଳ । ଅପରପକ୍ଷେ ୱେଷ୍ଟଇଣ୍ଡିଜ୍ ଦଳ ଦିନ ଗୋଟିଏରେ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ୍ ଯିବ । ୱେଷ୍ଟଇଣ୍ଡିଜ୍ ଦଳ ରାତି ପ୍ରାୟ ୯ଟା ବେଳେ ଫେରିବାର କାର୍ଯ୍ୟକ୍ରମ ରହିଛି ।ବାହାରେ ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଫ୍ୟାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ମୁତୟନ କରାଯାଇଛି ।
ଏହି ମ୍ୟାଚ ଲାଗି ଅନେକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଖାସ କରି ବାରବାଟୀ ଷ୍ଟାଡିୟମରେ କ୍ଲକ୍ ଟାୱାରକୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ । ଏପିରିକି ଷ୍ଟାଡିୟମ ପରିସରରେ କ୍ରିକେଟ ଖେଳାଳିଙ୍କ ଫୋଟ ଚିତ୍ର ରଖାଯାଇଛି । ଏଥିସହିତ ଏକ କ୍ରିକେଟର ଆଟ୍ ମୋସଫିଅର ପ୍ରସ୍ତୁତ କରାଯାଇଛି । ସେହିପରି ଷ୍ଟାଡିୟମ ବାହାରେ ମଧ୍ୟରେ ଖେଳାଳିଙ୍କ କିଛି ୱାଲ୍ ପେଣ୍ଟ ମଧ୍ୟ କରାଯାଉଥିବା ଦେଖିବାକୁ ମିଲିଛି । ୱାଲ୍ ପେଣ୍ଟରେ ଅନେକ ଖେଳକୁ ସ୍ଥାନ ଦିଆଯାଇଥିବା ବେଳେ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ କ୍ରିକେଟ ଟିମର ଖେଳାଳିଙ୍କ ଚିତ୍ର ସହ ପୁରୁଣା କ୍ରିକେଟ ଖେଳାଳିଙ୍କ ଚିତ୍ର ମଧ୍ୟ ସ୍ଥାନ ଦିଆଯାଇଛି ।