Advertisement
Article Detail0/zeeodisha/odisha698407
Zee OdishaCuttackଜଙ୍ଗଲରୁ ଡାଟା ଏଣ୍ଟ୍ରି ଅପରେଟରଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଡାଟା ଏଣ୍ଟ୍ରି ଅପରେଟରଙ୍କ ଗଳିତ ମୃତଦେହ ଉଦ୍ଧାର

ନିଖୋଜ ହେବାର ୨୩ ଦିନ ପରେ ବିନୋଦଙ୍କ ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଘଟଣା ସ୍ଥଳରେ ପଡିଥିବା ଦେଖିବାକୁ ମିଳିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

କଟକ: କିଶନ ନଗର କଲେଜର ଡାଟା ଏଣ୍ଟ୍ରି ଅପରେଟର ବିନୋଦ ମଣ୍ଡଳଙ୍କ ଗଳିତ ମୃତଦେହ ମିଳିଛି । ସାଲେପୁର ଥାନା ଆତୋଡା ନଦୀ ପଠା ଜଙ୍ଗଲରୁ ଏହି ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମେ ୨୬ ତାରିଖରୁ ଘରୁ କଟକ ଯାଇଁ ଆଉ ଫେରିନଥିଲେ । ମେ ୨୯ ତାରିଖରେ କିସନ ନଗର ଥାନାରେ ପରିବାର ଲୋକେ ନିଖୋଜ ନେଇ ଏତଲା ଦେଇଥିଲେ । ବିନୋଦକୁ ଅପହରଣ କରାଯାଇ ହତ୍ୟା କରି ଫିଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ନିଖୋଜ ହେବାର ୨୩ ଦିନ ପରେ ବିନୋଦଙ୍କ ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଘଟଣା ସ୍ଥଳରେ ପଡିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ କିଶନ ନଗର ପୋଲିସ, ସାଲେପୁର ପୋଲିସ, ଜଗତପୁର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଗଳିତ ମୃତଦେହ ନିକଟରୁ ଗୋଟିଏ ଏୟାରବ୍ଯାଗ, ଟିଫିନ, ମର୍ନିପର୍ସ ଇତ୍ୟାଦି ମିଳିଥିବା ବେଳେ ଖବର ପାଇଁ ବିନୋଦଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ବିନୋଦଙ୍କ ମୃତଦେହ ବୋଲି ଚିହ୍ନଟ କରିଛନ୍ତି । 

ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରିବାର ଲୋକ ଓ ଗ୍ରାମବସୀ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ଗଳିତ ମୃତଦେହକୁ ଜବତ କରି ତଦନ୍ତ ପକ୍ରିୟା ଆରମ୍ଭ କରିଛି ।

Add Zee News as a Preferred Source
About the Author