କୋରୋନା ସଂକଟ: ଭିଡ଼ କମାଇବାକୁ ଏଭଳି ପଦକ୍ଷେପ ନେଲେ ହାଇକୋର୍ଟ
Advertisement
Article Detail0/zeeodisha/odisha677023

କୋରୋନା ସଂକଟ: ଭିଡ଼ କମାଇବାକୁ ଏଭଳି ପଦକ୍ଷେପ ନେଲେ ହାଇକୋର୍ଟ

କୋରନା ଭାଇରସ ମାହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଲକଡାଉନର ତୃତୀୟ ପର୍ଯ୍ୟାୟ ବଳବତ୍ତର ଥିବା ସମୟ ପର୍ଯ୍ୟନ୍ତ କୋର୍ଟ ପରିସରରେ ଭିଡ କମାଇବା ପାଇଁ ହାଇକୋର୍ଟଙ୍କ ପ୍ରୟାସ । ପୂର୍ବରୁ ଦିଆଯାଇଥିବା ସମସ୍ତ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଗୁଡିକ ୧୮ ଜୁନ ଯାଏଁ ବଳବତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

କୋରୋନା ସଂକଟ: ଭିଡ଼ କମାଇବାକୁ ଏଭଳି ପଦକ୍ଷେପ ନେଲେ ହାଇକୋର୍ଟ

କଟକ: କୋରନା ଭାଇରସ ମାହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଲକଡାଉନର ତୃତୀୟ ପର୍ଯ୍ୟାୟ ବଳବତ୍ତର ଥିବା ସମୟ ପର୍ଯ୍ୟନ୍ତ କୋର୍ଟ ପରିସରରେ ଭିଡ କମାଇବା ପାଇଁ ହାଇକୋର୍ଟଙ୍କ ପ୍ରୟାସ । ପୂର୍ବରୁ ଦିଆଯାଇଥିବା ସମସ୍ତ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଗୁଡିକ ୧୮ ଜୁନ ଯାଏଁ ବଳବତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶ ହାଇକୋର୍ଟ, ନିମ୍ନଅଦାଳତ, ପାରିବାରିକ ଅଦାଲତ, ଟ୍ରିବୁନାଲ ଆଦି ସମସ୍ତଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । 

ଏହା ଉଭୟ ସିଭିଲ, କ୍ରିମିନାଲ ଓ ଅନ୍ୟ ସମସ୍ତ ମାମଲାରେ ଲାଗୁ ହେବ। ପୂର୍ବରୁ ଦିଆଯାଇଥିବା ଯେ କୌଣସି ଉଚ୍ଛେଦ ପ୍ରସଙ୍ଗରେ କୌଣସି ବି କୋର୍ଟର ନିର୍ଦ୍ଦେଶ ୧୮ ଜୁନ ଯାଏଁ କାର୍ଯ୍ୟ କରାଯାଇ ପାରିବ ନାହିଁ । ସମସ୍ତ ଆଗୁଆ ଜାମିନ ନିର୍ଦ୍ଦେଶ ମଧ୍ୟ ଜୁନ ୧୮କୁ ବୃଦ୍ଧି କରାଯାଇଥିବା ନେଇ ହାଇକୋର୍ଟରୁ ସୂଚନା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଇନ ଶୃଙ୍ଖଳା ପରିସ୍ଥିତି ନ ଥିଲେ ଏବଂ ୭ ବର୍ଷରୁ ଉର୍ଦ୍ଧ୍ୱ ସଜ୍ଜାର ବ୍ୟବସ୍ଥା ନଥିବା ଦଫାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି । 

ତେବେ ସିଆରପିସିର ଧାରା ୪୧ (ଏ) କାର୍ଯ୍ୟକାରୀ ନ କରି ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ନ କରିବାକୁ ହାଇକୋର୍ଟ କହିଛନ୍ତି । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ପୋଲିସର କ୍ଷମତା ସଙ୍କୁଚିତ କରିବା ପାଇଁ ନୁହଁ, ବରଂ କୋରୋନାର ମୁକାବିଲା କରିବା ପାଇଁ ଏ ଭଳି ନିର୍ଦ୍ଦେଶ ଦିଆଯାଇଛି । ଜୁନ ୧୮ ତାରିଖ ମଧ୍ୟରେ କୌଣସି ବ୍ୟାଙ୍କ ଓ ଅର୍ଥ ଲଗାଣକାରୀ ସଂସ୍ଥା କୌଣସି ବ୍ୟକ୍ତି ବିଶେଷଙ୍କର ସମ୍ପତ୍ତି ନିଲାମ କରିପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

;