Trending Photos
କଟକ: ପୁରୀ ଶ୍ରୀମନ୍ଦିର ରଥ ନିର୍ମାଣ ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି । ଆଜି ଏନେଇ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଆସନ୍ତା ଜୁନ ୨୩ ତାରିଖରେ ଶ୍ରୀମନ୍ଦିରର ରଥଯାତ୍ରା ରହିଥିବାରୁ ଏହାର ପୂର୍ବ ଦିନ ଅର୍ଥାତ ଜୁନ ୨୨ ତାରିଖ ସୁଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ରାଥଯାତ୍ରା ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପ୍ରାର୍ଥନା କରାଯାଇଛି ।
ଏହାଛଡା କୋରନା ମହାମାରୀ ଆତଙ୍କ ରହିଥିବାରୁ ଶ୍ରୀମନ୍ଦିର ସେବାୟତ ସହିତ ନିୟୋଜିତ ପୋଲିସ କର୍ମଚାରୀଙ୍କ ମଧ୍ୟ କୋରୋନା ପରୀକ୍ଷା କରାଯିବ ପାଇଁ ଆବେଦନ କରାଯାଇଛି । ଏହି ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସକ, ଶ୍ରୀଜଗନ୍ନାଥ ପରିଚାଳନା କମିଟିର ଅଧ୍ୟକ୍ଷ, ପୁରୀ ଜିଲ୍ଲାପାଳ ଓ ଏସପି, ଏଣ୍ଡାଓମେଣ୍ଟ କମିଶନ ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଥିବା କହିଛନ୍ତି ଆବେଦନକାରୀଙ୍କ ଓକିଲ ବିଜୟ ରଗଡ ।
ସୂଚନା ଯୋଗ୍ୟ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଉକ୍ତ ବୈଠକ ପରେ ଗଜପତି ମହାରାଜା ଦିବ୍ୟସିହଂ ଦେବ ରଥ ନିର୍ମାଣ ନେଇ ସଂକେତ ଦେଇଥିଲେ। ଗଜପତି ମହାରାଜ କହିଥିଲେ ରଥ ନିର୍ମାଣ କୌଣସି ଧାର୍ମିକ ଯାତ୍ରା ନୁହେଁ। ଏଠାରେ ଲୋକଙ୍କ ଭିଡ଼ ମଧ୍ୟ ହେବାର ନାହିଁ। ଯେଉଁ କାରିଗର ବା ମହାରଣା ସେବାୟତ କାର୍ଯ୍ୟ କରିବେ, ସେମାନେ ଲକଡାଉନର ନିୟମକୁ ମାନି କାର୍ଯ୍ୟ କରିବେ ବୋଲି ମହାରାଜା କହିଥିଲେ।
ମହାରାଜା ଆହୁରି ମଧ୍ୟ କହିଥିଲେ କି, ରଥଯାତ୍ରା ଆୟୋଜନ ନେଇ ସରକାରଙ୍କ ନିଷ୍ପତ୍ତି ଲୋଡ଼ା। ସରକାର ଅନୁମତି ପ୍ରଦାନ କଲେ ରଥଯାତ୍ରା ହେବ ନ ହେଲେ ନାହିଁ। କିନ୍ତୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଶାସନ ଅନୁମତି ଦେଇ ନଥିବା ସୂଚନା ରହିଛି।