ସୁନା ବିକ୍ରିରେ ଆମେ ଗ୍ରାହକଙ୍କୁ ଠକୁ ନାହୁଁ: ଓଡିଶା ଜୁଏଲେରୀ ଆସୋସିଏସନ

ଅଳଙ୍କାର ଦୋକାନରେ ରହିଥିବା ସମସ୍ତ ନିକିତି ଲାଇସେନ୍ସ ଆଧାରରେ ଆଣାଯାଇଥାଏ । ମାତ୍ର ଏଥିଲାଗି ରହିଥିବା କୌଣସି ନିୟମକୁ ଅଳଙ୍କାର ବ୍ୟବସାୟୀଙ୍କୁ ଅବଗତ କରାଯାଇ ନଥାଏ । ଆଉ ଏହି ସମୟରେ ମେଟ୍ରଲୋଜି  ବିଭାଗ ହଠାତ କରି ବିଭିନ୍ନ ଅଲଙ୍କାର ଦୋକାନ ଉପରେ ଚଡାଉ କରି ଜୋରିମାନା ମଧ୍ୟ ଆଦାୟ କରିଛନ୍ତି ।

ସୁନା ବିକ୍ରିରେ ଆମେ ଗ୍ରାହକଙ୍କୁ ଠକୁ ନାହୁଁ: ଓଡିଶା ଜୁଏଲେରୀ ଆସୋସିଏସନ

ଜଗନ୍ନାଥ ପାତ୍ର, କଟକ: ରାଜ୍ୟରେ ରହିଥିବା ବିଭିନ୍ନ ଅଲଙ୍କାର ଦୋକାନରେ ସୁନା ବିକ୍ରିରେ ତ୍ରୁଟି ଅଭିଯୋଗ ଆସିଛି । ଏହାସହ ସୁନା ବିକ୍ରି ସମୟରେ ଓଜନ ପାଇଁ ବ୍ୟବହାର ନିକିତି ପାଖରେ ବଟକରା ରଖାଯାଉ ନଥିବାରୁ ଏବେ ବିବାଦ ଘେରରେ ସୁନା ଅଳଙ୍କାର ବ୍ୟବସାୟୀ । ଆଜି ଅର୍ଥାତ ବୁଧବାର ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଓଡିଶା ଜୁଏଲେରୀ ସଂଘ । 

ଅଳଙ୍କାର ଦୋକାନରେ ରହିଥିବା ସମସ୍ତ ନିକିତି ଲାଇସେନ୍ସ ଆଧାରରେ ଆଣାଯାଇଥାଏ । ମାତ୍ର ଏଥିଲାଗି ରହିଥିବା କୌଣସି ନିୟମକୁ ଅଳଙ୍କାର ବ୍ୟବସାୟୀଙ୍କୁ ଅବଗତ କରାଯାଇ ନଥାଏ । ଆଉ ଏହି ସମୟରେ ମେଟ୍ରଲୋଜି  ବିଭାଗ ହଠାତ କରି ବିଭିନ୍ନ ଅଲଙ୍କାର ଦୋକାନ ଉପରେ ଚଡାଉ କରି ଜୋରିମାନା ମଧ୍ୟ ଆଦାୟ କରିଛନ୍ତି । ଯାହାଫଳରେ ଏବେ ଗ୍ରାହକଙ୍କ ମଧ୍ୟରେ ସୁନା ମାପ ଓ ବଟକରା ତ୍ରୁଟିଥିବା ସନ୍ଦେହ ସୃଷ୍ଟି କରୁଛନ୍ତି । ଏହି ସମସ୍ତ ସମସ୍ୟାକୁ ସାମ୍ମନା କରିବାପରେ ଅଳଙ୍କାର ବ୍ୟବସାୟୀ କୌଣସି ପ୍ରକାର ତ୍ରୁଟି କରୁ ନଥିବା ସ୍ପଷ୍ଟ କରିଛନ୍ତି । ଓଜନ ବାବଦୀୟ ରହିଥିବା ନିୟମ ବାବଦରେ ନାଁ ସରକାର ନାଁ ଡିଲର ପଖରୁ କୌଣସି ସଚେତନତା କରାଯାଇଥିବା ଆଜି ଏକ ସାମ୍ୱାଦୀକ ସମ୍ମୀଳନୀରେ ଅଭିଯୋଗ କରିଛନ୍ତି ସଂଘର କର୍ମକର୍ତ୍ତା । 

ଅପରପଟେ ଆସନ୍ତା ୧୯ ତାରିଖରେ ବିଭାଗୀୟ ମନ୍ତ୍ରୀ ଓ  ବରିଷ୍ଠ ଅଧିକାରୀଙ୍କୁ ସାକ୍ଷତ କରାଯାଇ ସମ୍ପୂର୍ଣ୍ଣ ଦାବି ଉପସ୍ଥାପନ କରାଯିବ । ଏଥିସହ ଏକ ପ୍ରଶିକ୍ଷଣ ଶିବର ଆୟୋଜନ ଲାଗି ପରାମର୍ଶ ଦେଇଛି ଜୁଏଲେରୀ ସଂଘ । ଯାହାଫଳରେ ଅଳଙ୍କାର ବ୍ୟବସାୟୀଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଧ ଦୂର ହେଲେ ସମସ୍ତ କାରବାର ଠିକ ରୂପରେ ଚାଲିବ ବୋଲି ଆଶା ରହିଥିବା କହିଛନ୍ତି ଓଡିଶା ଜୁଏଲେରୀ ସଂଘ କାର୍ଯ୍ୟକାରୀ ସଂପାଦକ ଦିଲ୍ଲୀପ କୁମାର ପୃଷ୍ଟି  ।