କଟକ: କଟକ ଏସସିବି ବଡ ମେଡିକାଲର ଜରୁରୀକାଳୀନ ବିଭାଗରେ ଜଣେ ଗର୍ଭବତୀ ମହିଳା ଅସହ୍ୟ ଅବସ୍ଥାରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।
ସୂଚନା ମୁତାବକ, ମହିଳା ଜଣଙ୍କ କଟକ ମଧୁପଟାଣା ଅଞ୍ଚଳର । ମଧୁପାଟଣା ଛକରେ ଅସହ୍ୟ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କୁ ୧୦୮ ଆମ୍ୱୁଲେନ୍ସ ଯୋଗେ ତାଙ୍କୁ କଟକ ଏସ.ସି.ବି ମେଡିକାଲକୁ ଅଣାଯାଇଥିଲା । ଏସ.ସି.ବି ପହଞ୍ଚିବା ପରେ ଗର୍ଭବତୀ ମହିଳାଙ୍କୁ ବେଡରେ ରଖାଯାଇଥିଲା । ଅଧିକ ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ ତାଙ୍କୁ କୌଣସି ଡାକ୍ତର ଚିକିତ୍ସା ମିଳିନଥିଲା ।
ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଲେବର ରୁମରେ ଭର୍ତ୍ତି କରାଯିବା କଥା । ମାତ୍ର କୌଣସି ରେଫର ନ କରାଯିବାରୁ ମହିଳା ଜଣଙ୍କ ଜରୁରୀକାଳୀନ ବିଭାଗରେ ହିଁ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ଡାକ୍ତର ପହଞ୍ଚି ଉକ୍ତ ଶିଶୁକନ୍ୟାର ଯତ୍ନ ନେବା ପରେ ସ୍ତ୍ରୀ ଓ ପ୍ରସ୍ତ୍ରୁତି ବିଭାଗକୁ ସ୍ଥାନାନ୍ତରତି କରାଯାଇଥିଲା । ତେବେ ଏହି ମହିଲା ଜଣଙ୍କ କିଏ ସେ ବାବଦରେ କୌଣସି ପରିଚୟ ମିଲିପାରିନାହିଁ ।