Advertisement
Article Detail0/zeeodisha/odisha2999399

ଗୁରୁବାର ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆସନ୍ତା କାଲି ଗୁରୁବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନରେ କଟକଣା ରହିବ। ବନକଲାଗି ନୀତି ଯୋଗୁ ସନ୍ଧ୍ୟା ବେଳେ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଏହି ସୂଚନା ଅନୁସାରେ ନଭେମ୍ବର ୧୩ତାରିଖ ଗୁରୁବାର ମାର୍ଗଶିର କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି  ନୀତି ଅନ

ଗୁରୁବାର ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର: ଆସନ୍ତା କାଲି ଗୁରୁବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନରେ କଟକଣା ରହିବ। ବନକଲାଗି ନୀତି ଯୋଗୁ ସନ୍ଧ୍ୟା ବେଳେ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

ଏହି ସୂଚନା ଅନୁସାରେ ନଭେମ୍ବର ୧୩ତାରିଖ ଗୁରୁବାର ମାର୍ଗଶିର କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି  ନୀତି ଅନୁଷ୍ଠିତ ହେବ l ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ୧୦.୦୦ ଘଟିକା ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ l ମହାପ୍ରଭୁଙ୍କ ବନକ ଲାଗି ନୀତି ସମାପନ ହେବା ପରେ ଦର୍ଶନ ସ୍ୱାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି। 

 

Add Zee News as a Preferred Source
About the Author