Deogarh News: ପୋଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଦେଓଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ନେଇଯାଇଥିଲେ। ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
Trending Photos
)
Home Guard Candidate Dies: ବୁଧବାର ଦିନ ଦେବଗଡ଼ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ନାମ ସାହେବା ଦେହୁରୀ (୧୯) ବୋଲି ଜଣାପଡିଛି। ସେ ଦେବଗଡ଼ ଜିଲ୍ଲାର ରିଆମାଲ ବ୍ଲକର ବୁଡିଡୋ ଗ୍ରାମର ବାସିନ୍ଦା ପ୍ରଦୀପ କୁମାର ଦେହୁରୀଙ୍କ ପୁଅ ଥିଲେ।
ଖବର ଅନୁସାରେ ଦେବଗଡ଼ ଜିଲ୍ଲାରେ ୬୦ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ଅନୁଯାୟୀ, ବୁଧବାର ଶାରୀରିକ ପରୀକ୍ଷା କରାଯାଇଥିଲା।
ହୋମଗାର୍ଡ ପରୀକ୍ଷାର ଦୌଡ଼ ପ୍ରତିଯୋଗିତା ସମୟରେ ଏହି ଅଘଟଣ ଘଟିଛି। ଦେଓଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଶାରିରୀକ ପରୀକ୍ଷା ଚାଲିଥିଲା। ପରୀକ୍ଷା ସମୟରେ ସାହେବା ଦୌଡ଼ୁଥିବା ସମୟରେ ପଡ଼ିଯାଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। କର୍ତ୍ତବ୍ୟରତ ପୋଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଦେଓଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ନେଇଯାଇଥିଲେ, ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ମୃତକଙ୍କ ପରିବାର ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏବଂ ଅଭିଯୋଗ କରିଛନ୍ତି ଯେ ଶାରୀରିକ ପରୀକ୍ଷା ସମୟରେ ଅତ୍ୟଧିକ ଗରମ ଯୋଗୁଁ ତାଙ୍କ ଜୀବନ ଯାଇଥିଲା।
ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷାର୍ଥୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…
— CMO Odisha (@CMO_Odisha) March 27, 2025
ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷାର୍ଥୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ₹୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।