close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଧନ ବିହୀନ ଧନତେରସ, ସୁନା ଦୋକାନୀଙ୍କ ବେପାର ମାନ୍ଦା

ଧନତେରସ ପର୍ବରେ ସୁନା ଓ ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ କିଣିବାକୁ ଶୁଭ ବୋଲି ଧରାଯାଏ । ଅନ୍ୟପକ୍ଷେ ଏହି ଧନତେରସରେ ମୂଲ୍ୟବାନ ଧାତୁ ବିକ୍ରିୟରେ ହ୍ରାସ ଦେଖା ଦେଇଛି । ଦୁର୍ବଳ ଚାହିଦା ଓ ମୂଲ୍ୟବାନ ଧାତୁର ଦାମରେ ପ୍ରତ୍ୟାଶିତ ବୃଦ୍ଧି ହେବା ଯୋଗୁଁ ଧନତେରସରେ ସୁନା ଓ ରୂପା ବିକ୍ରିରେ ୪୦ ପ୍ରତିଶତର ହ୍ରାସ ଘଟିଛି । 

ଧନ ବିହୀନ ଧନତେରସ, ସୁନା ଦୋକାନୀଙ୍କ ବେପାର ମାନ୍ଦା
Dhanteras 2019

ନୂଆଦିଲ୍ଲୀ: ଧନତେରସ ପର୍ବରେ ସୁନା ଓ ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ କିଣିବାକୁ ଶୁଭ ବୋଲି ଧରାଯାଏ । ଅନ୍ୟପକ୍ଷେ ଏହି ଧନତେରସରେ ମୂଲ୍ୟବାନ ଧାତୁ ବିକ୍ରିୟରେ ହ୍ରାସ ଦେଖା ଦେଇଛି । ଦୁର୍ବଳ ଚାହିଦା ଓ ମୂଲ୍ୟବାନ ଧାତୁର ଦାମରେ ପ୍ରତ୍ୟାଶିତ ବୃଦ୍ଧି ହେବା ଯୋଗୁଁ ଧନତେରସରେ ସୁନା ଓ ରୂପା ବିକ୍ରିରେ ୪୦ ପ୍ରତିଶତର ହ୍ରାସ ଘଟିଛି । 

ଏହା ଉପରେ ସୁନା ବ୍ୟବସାୟୀମାନେ କହିଛନ୍ତି ଯେ ଚଳିତ ବର୍ଷ ଦେଶର ଅଧିକାଂଶ ବଜାରରେ ମୂଲ୍ୟବାନ ଧାତୁ ବିକ୍ରୟ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖା ଦେଇଛି । ଗ୍ରାହକଙ୍କ ସଂଖ୍ୟାରେ କମି ଓ ଉପଭୋକ୍ତାଙ୍କ ଦ୍ୱାରା ଖର୍ଚ୍ଚ କମ କରିବାର ନିଷ୍ପତ୍ତି ପରେ ଏପରି ପରିସ୍ଥିତି ଦେଖା ଦେଇଛି । ଦିଲ୍ଲୀରେ ଶୁକ୍ରବାର ସୁନାର ମୂଲ୍ୟରେ ୨୨୦ ଟଙ୍କାର ବୃଦ୍ଧି ଘଟି ୩୯,୨୪୦ ଟଙ୍କା ପ୍ରତି ଗ୍ରାମରେ ପହଞ୍ଚି ଯାଇଥିଛି । ବିଗତ ବର୍ଷର ଧନତେରସ ଅବସରରେ ସୁନାର ମୂଲ୍ୟ ୩୨,୬୯୦ ଟଙ୍କା ଥିଲା । ଚଳିତ ଥର ଏଥିରେ ୨୦ ପ୍ରତିଶତର ବୃଦ୍ଧି ଦେଖା ଦେଇଛି ।

ଛୋଟ ବ୍ୟବସାୟୀଙ୍କ ସଙ୍ଗଠନ କ୍ୟାଟ ଅନୁସାରେ, ଚଳିତ ବର୍ଷ ଧନତେରସର ସନ୍ଧ୍ୟାରେ ପ୍ରାୟ ୬,୦୦୦ କିଲୋଗ୍ରାମ ସୁନା ବିକ୍ରି ହେବାର ଅନୁମାନ କାଯାଇଛି । ଏହାର ମୂଲ୍ୟ ପ୍ରାୟ ୨,୫୦୦ କୋଟି ହେବ । ଗତବର୍ଷ ଧନତେରସ ଅବସରରେ ୧୭,୦୦୦ କିଲୋଗ୍ରାମ ସୁନା ବିକ୍ରି ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫,୫୦୦ କୋଟି ଟଙ୍କା ଥିଲା ।

କ୍ୟାଟର ସୁନା ଓ ଆଭୂଷଣ ସମିତିର ଚେୟାରମ୍ୟାନ ପକଞ୍ଜ ଅରୋଡା କହିଛନ୍ତି ଯେ, ଅନୁମାନ ଅନୁଯାୟୀ ଏହି ବର୍ଷ ବ୍ୟବସାୟରେ ୩୫-୪୦ ପ୍ରତିଶତ ହ୍ରାସ ଘଟିଛି । ବ୍ୟବସାୟୀଙ୍କ ପାଇଁ ଏହା ବିଗତ ୧୦ ବର୍ଷର ଖରାପ ଧନତେରସ କହିଲେ ଅତୁକ୍ତ ହେବ ନାହିଁ । ଅଖିଲ ଭାରତୀୟ ରତ୍ନ ଓ ଆଭୂଷଣ ଘରୋଇ ପରିଷଦର ଚେୟାରମ୍ୟାନ ଅନନ୍ତ ପଦ୍ମାନାଭନ କହିଛନ୍ତି ଯେ, ମାତ୍ରାର ଆଧାର ଉପରେ ବିକ୍ରିରେ ଗତ ବର୍ଷ ଅପେକ୍ଷା ୨୦ ପ୍ରତିଶଚତ କମି ଆସିଛି । ମୂଲ୍ୟ ଆଧାରରେ ବିକ୍ରି ଗତ ବର୍ଷ ପରି ରହିବ ବୋଲି ସେ କହିଛନ୍ତି ।