)
ଢେଙ୍କାନାଳ: ଜିଲ୍ଲାରେ ଚିହ୍ନଟ ହେଲେ ଆଉ ୩ କୋରୋନା ଆକ୍ରାନ୍ତ । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ନୂଆ ୩ ଆକ୍ରାନ୍ତ ତେଲେଙ୍ଗାନା ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି । କ୍ୱାରେଣ୍ଟାଇନ ସେଣ୍ଟରରେ ହିଁ ଚିହ୍ନଟ ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ ।
ଯାହା ଜଣାପଡ଼ିଛି, ନୂଆ ୩ ଆକ୍ରାନ୍ତ କାମାକ୍ଷାନଗର ଅଞ୍ଚଳର । ହାଇଦ୍ରାବାଦ(ତେଲେଙ୍ଗାନା) ଓ ମହାରାଷ୍ଟ୍ରରୁ ଫେରିବା ପରେ ଏମାନେ କ୍ୱାରେଣ୍ଟାଇନରେ ଥିଲେ । ତେବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଆଉ ଏହା ପରେ ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଜିଲ୍ଲାରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ମଧ୍ୟ ହେଲେଣି ।