ବିରାଶାଳ ଏୟାର ଷ୍ଟ୍ରିପରେ ଦୁର୍ଘଟଣା । ଉଡ଼ାଣ ଭରୁଥିବା ବେଳେ ଏକ ପ୍ରଶିକ୍ଷଣ ବିମାନ ଖସିପଡ଼ିଛି ।
Trending Photos
)
ସଦାଶିବ ସେଠୀ, କାମାକ୍ଷାନଗର: ବିରାଶାଳ ଏୟାର ଷ୍ଟ୍ରିପରେ ଦୁର୍ଘଟଣା । ଉଡ଼ାଣ ଭରୁଥିବା ବେଳେ ଏକ ପ୍ରଶିକ୍ଷଣ ବିମାନ ଖସିପଡ଼ିଛି । ଫଳରେ ବିମାନରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଥିଲେ । ମୃତକ ଦୁଇଜଣ ହେଲେ ପ୍ରଶିକ୍ଷକ ସଞ୍ଜୟ କୁମାର ଝା ଓ ଛାତ୍ରୀ ଅନୀଷା ଫତିମା ।

ସୂଚନା ମୁତାବକ, ଆଜି ସକାଳ ସମୟରେ ପ୍ରଶିକ୍ଷଣ ପାଇଁ ପ୍ରଶିକ୍ଷକ ଓ ଜଣେ ଛାତ୍ରୀ ଉଡାଣ ଆରମ୍ଭ କରିଥିଲେ । ତେବେ ୨ ରାଉଣ୍ଡ ଉଡାଣ ସମ୍ପୂର୍ଣ ପରେ ତୃତୀୟ ରାଉଣ୍ଡ ଉଡାଣ ଆରମ୍ଭ ବେଳେ ଏହି ଦୁର୍ଘଟଣା ଘଟିଛି । ମାତ୍ର ୧୫ରୁ ୨୦ ଫୁଟ ଉଚ୍ଚତାକୁ ଉଠିଥିବା ବେଳେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଖସିପଡିଥିଲା । ଫଳରେ ବିମାନରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଘଟଣାସ୍ଥଳରେ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ମଧ୍ୟରୁ ପ୍ରଶିକ୍ଷକ ସଞ୍ଜୟ କୁମାର ଝା ବିହାରର ହୋଇଥିବା ବେଳେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଅନିଷା ଫତିମା ତାମିଲନାଡୁର ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।
Odisha: Captain Sanjib Kumar Jha from Bihar and Anis Fatima, a trainee pilot from Tamil Nadu, lost their lives after a trainer aircraft crashed today at Birasal Airstrip under Kankadahad police station limits in Dhenkanal district. Bodies have been sent for postmortem. pic.twitter.com/nWez7FVmCu
— ANI (@ANI) June 8, 2020
ଉଭୟ ପାଇଲଟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ପ୍ରଶିକ୍ଷଣ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଅସ୍ପଷ୍ଟ ରହିଛି ।