ମହିଳା ଫରେଷ୍ଟରଙ୍କୁ ଦଳିଦେଲା ହାତୀ

ଆଜି(ଶନିବାର) ଢେଙ୍କାନାଳ DFO, ମହାବିରରୋଡ ରେଞ୍ଜର, ଫରେଷ୍ଟର ସମେତ ହାତି ସ୍କ୍ୱାର୍ଡର ଏକ ଟିମ ହାତୀର ଗତିବିଧି ଜାଣିବାକୁ ମହାବିରରୋଡ ରେଞ୍ଜର ଜଙ୍ଗଲକୁ ଯାଇଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ ।

ମହିଳା ଫରେଷ୍ଟରଙ୍କୁ ଦଳିଦେଲା ହାତୀ
ଫାଇଲ ଫଟୋ

କାମାକ୍ଷାନଗର: ମହିଳା ଫରେଷ୍ଟରଙ୍କୁ ଦଳିଦେଲା ହାତୀ । ହାତୀ ଘଉଡ଼ାଇବା ବେଳେ ଆକ୍ରମଣର ଶିକାର ହେଲେ ମହାବିରରୋଡ ରେଞ୍ଚ ପଙ୍ଗାତିରା ଫରେଷ୍ଟର ଶଶିରେଖା ଦିଆଣି । ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଫରେଷ୍ଟରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ଆଜି(ଶନିବାର) ଢେଙ୍କାନାଳ DFO, ମହାବିରରୋଡ ରେଞ୍ଜର, ଫରେଷ୍ଟର ସମେତ ହାତି ସ୍କ୍ୱାର୍ଡର ଏକ ଟିମ ହାତୀର ଗତିବିଧି ଜାଣିବାକୁ ମହାବିରରୋଡ ରେଞ୍ଜର ଜଙ୍ଗଲକୁ ଯାଇଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ । ଫଳରେ ହାତୀ ମହିଳା ଫରେଷ୍ଟରଙ୍କୁ ଦଳିଦେଇଥିଲା । ପରେ ତାଙ୍କୁ ବନ କର୍ମଚାରୀଙ୍କ ସହାୟତାରେ ପ୍ରଥମେ ପର୍ଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଆହତ ଥିବାର କଟକ ସ୍ଥାନାନ୍ତର କରାଯାଇଛି ।