ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, ପାଣିରେ ବୁଡ଼ିଗଲେ ।
Trending Photos
)
ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଭାବନୀୟ ଘଟଣା । ପୋଖରୀ ପାଣିରେ ବୁଡ଼ି ୪ ମୃତ । ମୃତକମାନେ ହେଲେ ତୃପ୍ତିମୟୀ ଦେହୁରୀ, ପ୍ରୀତିବାଳା ଦେହୁରୀ, ରାକେଶ ଦେହୁରୀ ଓ ନିହାଲ ଦେହୁରୀ । ମୃତକଙ୍କ ମଧ୍ୟରୁ ତିନି ଜଣ ଭାଇ-ଭଉଣୀ । ଏବେ ସମଗ୍ର ଗାଁରେ ଏବେ ଶୋକାକୁଳ ପରିବେଶ ।
ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, ପାଣିରେ ବୁଡ଼ିଗଲେ । ତିନି ଜଣ ତୃପ୍ତି, ପ୍ରୀତି ଏବଂ ରାକେଶ ସମ୍ପର୍କରେ ଭାଇ-ଭଉଣୀ । ନିହାଲ ପୁତୁରା । ଏମାନଙ୍କ ମଧ୍ୟରୁ ସବୁଠୁ ବଡ଼ ଥିଲେ ତୃପ୍ତି, ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ । ସେହିପରି ପ୍ରୀତି ଅଷ୍ଟମ ଶ୍ରେଣୀର ଛାତ୍ରୀ । ରାକେଶ ଓ ନିହାଲ ଯଥାକ୍ରମେ ପଞ୍ଚମ ଓ ତୃତୀୟ ଶ୍ରେଣୀର ଛାତ୍ର । ଗାଁ ପୋଖରରୀ ଗାଧୋଇଥିବା ବେଳେ ବୁଡ଼ି ଯାଇଥିଲେ ସମସ୍ତେ ।
ପରେ ଗାଁ ଲୋକଙ୍କ ଦ୍ୱାରା ଏମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ତେବେ ସେତେବେଳେକୁ ଆଖି ବୁଜିସାରିଥିଲେ ଏମାନେ ସଭିଏଁ । ସମଗ୍ର ଗାଁରେ ଏବେ ଶୋକାକୁଳ ପରିବେଶ । ଧୋର୍ଯ୍ୟ ହରାଇ ବସିଛନ୍ତି ପରିବାର ଲୋକ । କାନ୍ଦୁଛି ଗୋବିନ୍ଦପୁର । ଏ ଖବର ଶୁଣିବା ପରେ ଢେଙ୍କାନାଳବାସୀ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି ।