ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘ ବୈଠକ
Advertisement

ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘ ବୈଠକ

୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ

ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘ ବୈଠକ

ଢେଙ୍କାନାଳ/ଭୁବନେଶ୍ୱର: ଭାରତୀୟ ଜନ ସଞ୍ଚାର ସଂସ୍ଥାନ ବା ଆଇଆଇଏମ୍‍ସିରେ ପୁରାତନ ଛାତ୍ର ସଂଘର ବୈଠକ ଢେଙ୍କାନାଳ ଓ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ଛାତ୍ରୀ ସୋନାଲି ଓଝାଙ୍କୁ ‘ସଂଯୁକ୍ତା-ସୌଦାମିନୀ ସ୍ମାରକୀ ଆଇଆଇଏମ୍‍ସିଏଏ ବୃତ୍ତି’, ଆରତି ବେହେରାଙ୍କୁ ‘ଆଇଆଇଏମ୍‍ସିଏଏ ଛାତ୍ରୀବୃ୍‍ତ୍ତି’, ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ପ୍ରାଚୀ ରାଠୀଙ୍କୁ ‘ଏସ୍‍ଟିଏସ୍‍ ଥିରୁମାଲାଇନାଥନ୍‍ ପୋନ୍ନାମ୍ମାଲ୍‍ ସ୍ମାରକୀ ଆଇଆଇଏମ୍‍ସିଏଏ ବୃତ୍ତି’ ଏବଂ ଛାତ୍ର ଅଭିଷେକ ଶର୍ମାଙ୍କୁ ‘ମହା ପେରିୟାଓ ସ୍ୱାମୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀ ସ୍ମାରକୀ ଆଇଆଇଏମ୍‍ସିଏଏ ବୃତ୍ତି’ ଦିଆଯାଇଛି । ବୃତ୍ତି ବାବଦକୁ ସମସ୍ତଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଏହି ଅବସରରେ ଉନ୍ନୟନମୂଳକ ସାମ୍ବାଦିକତାରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇଆଇଏମ୍‍ସି ଢେଙ୍କାନାଳର ୨୦୧୩-୧୪ ବର୍ଷର ଛାତ୍ର ତଥା ସାମ୍ବାଦିକ କିଶନ୍‍ ବରାଇଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି ।  ଏହାସହ ୨୦୧୯-୨୦ ଶିକ୍ଷାବର୍ଷର ଛାତ୍ରୀ ପ୍ରାଚୀ ରାଠୀଙ୍କୁ ପ୍ରଫେସର କେ.ଏମ୍‍. ଶ୍ରୀବାସ୍ତବ ସ୍ମାରକୀ ପୁରସ୍କାର, ଅନୁରାଧା ବାରିକଙ୍କୁ ପ୍ରଫେସର ଚିନ୍ତାମଣି ମହାପାତ୍ର ସ୍ମାରକୀ ପୁରସ୍କାର ଓ ଅଙ୍କିତା ସାମଲଙ୍କୁ ପ୍ରଫେସର ବି.ବି. ମହାନ୍ତି ସ୍ମାରକୀ ପୁରସ୍କାର ଦିଆଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ, ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ତଥା ବରିଷ୍ଠ ଆଇଏଏସ ସୁରେଶ ବଶିଷ୍ଠ, ବିଜ୍‍ନେସ୍‍ ଷ୍ଟାଣ୍ଡାର୍ଡର ବରିଷ୍ଠ ସାମ୍ବାଦିକ ଏସ୍‍. ସୁନ୍ଦରଶନ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ଚାପ୍ଟରର ସଭାପତି ସଞ୍ଜୟ ସାହୁ, ସାଧାରଣ ସମ୍ପାଦକ ଜ୍ୟୋତିପ୍ରକାଶ ମହାପାତ୍ର, ସେଣ୍ଟ୍ରାଲ କମିତିର ରିତେଶ ବର୍ମା ପରିଚାଳନା କରିଥିଲେ ।