• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

Kamakhyanagar: ଅନ୍ଧାରରେ କାରିଗରୀ, ସମସ୍ୟାରେ କାରିଗର

ଢେଙ୍କାନାଳ ଜିଲ୍ଲା Kamakhyanagar ଅନ୍ତର୍ଗତ ପରଜଙ୍ଗ ବ୍ଲକ ବସୋଇ ଗ୍ରାମର ୮୦ଟି ପରିବାର ବାଉଁଶ(Bamboo)ରେ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ।  

Kamakhyanagar: ଅନ୍ଧାରରେ କାରିଗରୀ, ସମସ୍ୟାରେ କାରିଗର

ସଦାଶିବ ସେଠୀ, କାମାକ୍ଷାନଗର(Kamakhyanagar): କୋରୋନା(Corona) ପ୍ରଭାବରେ ସମସ୍ତ ବର୍ଗର ଲୋକମାନେ ପ୍ରଭାବିତ ହୋଇଛନ୍ତି। କିଏ ନିଜର ଜୀବିକା ହରାଇଛି ତ କିଏ, କିଏ ହରାଇଥିବା ଜୀବିକାକୁ ପାଇଁ ସଂଘର୍ଷ କରୁଛି। ଯଦି ଦେଖିବା ଏହାର ପ୍ରଭାବ ମୁଖ୍ୟତଃ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ଗ୍ରାମର ୮୦ଟି ପରିବାର ବାଉଁଶ(Bamboo)ରେ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ କୋରୋନା ଯୋଗୁଁ ଏହା ବିଶେଷ ଭାବେ ପ୍ରଭାବିତ ହୋଇଛି। ଘରେ ସାମଗ୍ରୀ ତିଆରି କରି ରଖିଛନ୍ତି। ଗମନାଗମନର କୌଣସି ସୁବିଧା ନଥିବାରୁ ଘରେ ପଡି ରହିଛି ସାମଗ୍ରୀ। ପ୍ରଭାବିତ ହୋଇଛି ଜୀବନଜୀବିକା।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ଗ୍ରାମର ୮୦ଟି ପରିବାର(Bamboo Worker) କଞ୍ଚା ବାଉଁଶରେ ବିଭିନ୍ନ ସାମଗ୍ରି ସବୁ ତିଆରି କରି ତାହାକୁ ନେଇ କାମାକ୍ଷାନଗର, ତାଳଚେର, ପରଜଙ୍ଗ ଆଦି ସ୍ଥାନରେ ବିକ୍ରି କରି ପରିବାର ଚଳେ। ନିଜର କୂଳ ବେଉସା ହୋଇଥିବାରୁ ଦିର୍ଘ ବର୍ଷ ହେବ ପୁରୁଷ ଓ ମହିଳାମାନେ ଏହି ବ୍ୟବସାୟ ଆପଣାଇ ନେଇଛନ୍ତି। କଞ୍ଚା ବାଉଁଶରେ ବୋଝ, ଟୁକୁଣା, ଶାଗ ଧୂଆ ପାଚିଆ, କୁଲା, ଗଉଣି, ଆଦି ବିଭିନ୍ନ ସାମଗ୍ରୀ ତିଆରି କରିଥାନ୍ତି। ସକାଳ ହେବା କ୍ଷଣି ନିଜର କାମ ସାରି ସମସ୍ତେ ଲାଗି ପଡନ୍ତି ଏହି କାମରେ। ଆଉ ଭଲ ଦି ପଇସା ବି ରୋଜଗାର ହୋଇଥାଏ। କିନ୍ତୁ ଏବେ କୋରୋନା ଯୋଗୁ ଜୀବନଜୀବିକା ବେଶ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ତିଆରି ହୋଇଥିବା ଜିନିଷ ଘରେ ପଡି ରହିଛି।

ବାଉଁଶ କାରିଗରି ପାଇିଁ ବସୋଇ(Basoi Village) ଗ୍ରାମ ଏ ଅଞ୍ଚଳରେ ଭଲ ନା ମଧ୍ୟ ରହିଛି। ଯାହା ଫଳରେ କି ଏଠାକାର କାରିଗରମାନେ ସରକାରଙ୍କର ବିଭିନ୍ନ ପ୍ରଦର୍ଶନୀ, ମେଳାରେ ଯାଇ ନିଜର ଜିନିଷ ସବୁକୁ ପ୍ରଦର୍ଶନ ମଧ୍ୟ କରିଛନ୍ତି। କିନ୍ତୁ ସରକାରୀ ସାହାଯ୍ୟ(Government assistance) କିଛି ମିଳି ପାରି ନାହିଁ। କିମ୍ବା ସରକାରୀସ୍ତରରେ ଏମାନଙ୍କ ଜିନିଷ ବିକ୍ରି ପାଇିଁ କୌଣସି ସୁବିଧା କରାଯାଇନାହିଁ। କଞ୍ଚା ବାଉଁଶକୁ କିଣି ସେଥିରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରାଯାଉଛି। ହେଲେ ଏବେ ବିକ୍ରି ନହେବା ଯୋଗୁ କଞ୍ଚା ବାଉଁ ଗୁଡିକ ପୋକ ଲାଗି କେତେକାଂଶରେ ନଷ୍ଟ ହେବାକୁ ବସିଲାଣି। ଘରେ ପଡି ରହିଛି ତିଆରି ହୋଇଥିବା ସମସ୍ତ ଜିନିଷ। ସରକାର ଦେଇଥିବା ଚାଉଳକୁ ଛଡିଦେଲେ ଅନ୍ୟ କୈାଣସି ସହଯୋଗ ମିଳିପାରିନାହିଁ। ଏପଟେ ଜିନିଷ ବିକ୍ରି ନହେବା ଯୋଗୁ ଚଳଣି ଏକ ପ୍ରକାର କଷ୍ଟ ହୋଇପଡିଲାଣି।

ଲକ ଡାଉନ ଯୋଗୁ ଗାଁ ଠୁ ସହର ସମସ୍ତେ ଏଥିରେ ପ୍ରଭାବିତ ହୋଇଛନ୍ତି। ଗାଡି ମଟର ସବୁ ଚଳାଚଳ ବନ୍ଦ ରହିଛି। କେହି ବି କୁଆଡେ ଯାଇ ପାରୁନାହାନ୍ତି। ତେଣୁ ବାଉଁଶରେ ତିଆରି ଜିନିଷ ଏବେ ଘରେ ପଡିରହିଛି। ସରକାରୀସ୍ତରରେ ଏହି ବାଉଁଶ ତିଆରି ସାମଗ୍ରୀର ବିକ୍ରି ପାଇିଁ କିଛି ସୁବିଧା କରାଗଲେ କାରିଗରିମାନେ ଉପକୃତ ହୋଇପାରନ୍ତେ।