• ଆଜି ରୁକୁଣା ରଥଯାତ୍ରା
  • ବିନା ଭକ୍ତରେ ହେବ ରଥ ଟଣା
  • ଓଡ଼ିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡ଼ାଉନ୍
  • ସବୁ ସହରାଂଚଳରେ ଶନିବାର , ରବିବାର ସଟଡ଼ାଉନ୍
  • ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପରେ ପ୍ରବାସୀଙ୍କ ଘର ବାହୁଡା
  • ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ
  • IPL 2021: ୪୫ ରନରେ ସାମସନ ବାହିନୀକୁ ମାତ୍ ଦେଲା ଧୋନୀବାହିନୀ
  • ରାଜସ୍ଥାନରେ ୧୫ ଦିନିଆ ଲକଡାଉନ ଘୋଷଣା
  • ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି
  • ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ କରୋନା ଟିକା

ବିଭତ୍ସ: ବାପାର ବେକ କାଟିଦେଲା ପୁଅ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଚାଉଳିଆ ଗାଁରେ ଦେଖିବାକୁ ମିଳିଛି ବିଭତ୍ସ ହତ୍ୟାକାଣ୍ଡ ।

ବିଭତ୍ସ: ବାପାର ବେକ କାଟିଦେଲା ପୁଅ

ଢେଙ୍କାନାଳ: କ୍ରୋଧ ମଣିଷର ବଡ଼ ଶତ୍ରୁ । ଏକଥା ସବୁବେଳେ ପ୍ରମାଣିତ । ଯେତେବେଳେ ମଣିଷ ରାଗିଯାଏ ନିଜର ମାନସିକ ସ୍ଥିତି ହରାଇ ବସେ। ଆଉ ସେହି ସମୟରେ ଏମିତି ସବୁ କାଣ୍ଡ କରିବସେ ଯାହାକୁ ନେଇ ପରେ ଭାବିଲେ ମଧ୍ୟ ତାର ଆଉ କିଛି ମୂଲ୍ୟ ନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଚାଉଳିଆ ଗାଁରେ ଦେଖିବାକୁ ମିଳିଛି ବିଭତ୍ସ ହତ୍ୟାକାଣ୍ଡ ।

ଚାଉଳିଆ ଗାଁରେ ଏମିତି ଏକ ବିଭତ୍ସ କାଣ୍ଡ ଘଟିଛି । ବାପାର ବେକ କାଟି ହତ୍ୟା (Murder) କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ପୁଅ । ତେବେ ଏହି ବିଭତ୍ସ କାଣ୍ଡର କାରଣ ପାରିବାରିକ କଳହ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିବା ବେଳେ ହତ୍ୟାକାରୀ ପୁଅ (Accused Son) ଫେରାର ରହିଥିବା ଜଣାପଡ଼ିଛି । 

Also Read: ସାବଧାନ ! ବଢିବ ପାରା, ଆକାଶରୁ ଖସିବ ନିଆଁ ଝୁଲ

ଉକ୍ତ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ପୋଲିସ (Police) ପହଞ୍ଚିବା ପରେ କେଉଁ ପରିସ୍ଥିତିରେ ଏମିତି ଏକ ହତ୍ୟାକାଣ୍ଡ ଘଟିଲା ତାକୁ ନେଇ ତଦନ୍ତ (Police Investigation) ଜାରି ରଖିଥିବା ବେଳେ ଫେରାର ଅଭିଯୁକ୍ତ ପୁଅକୁ ଖୋଜିବାରେ ଲାଗିଛି ପୋଲିସ । ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।