ଆଜିର ବାପୁଙ୍କ ଓଡିଶା ଆଗମନକୁ ୧୦୦ ବର୍ଷ ପୁରିଛି। ତେଣୁ ଏହି ସ୍ୱତନ୍ତ୍ର ଦିନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛିନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଏକା ସମୟରେ 'ଗାନ୍ଧୀଙ୍କ ଓଡିଶା' ନାମକ ନାଟକ ମଧ୍ୟ ପରିବେଷଣ କରାଯାଇଛି।
Trending Photos
)
ଗଜପତି: ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଆଜିର ଦିନ ଜାତିର ପିତା ମହାତ୍ମା ଗାନ୍ଧୀ ଓଡିଶା ଆସିଥିଲେ। ଆଜିର ବାପୁଙ୍କ ଓଡିଶା ଆଗମନକୁ ୧୦୦ ବର୍ଷ ପୁରିଛି। ତେଣୁ ଏହି ସ୍ୱତନ୍ତ୍ର ଦିନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛିନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଏକା ସମୟରେ 'ଗାନ୍ଧୀଙ୍କ ଓଡିଶା' ନାମକ ନାଟକ ମଧ୍ୟ ପରିବେଷଣ କରାଯାଇଛି। ତେବେ ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ବେଳେ ଗଜପତି ତଥା ଅବିଭକ୍ତ ଗଞ୍ଜାମ ଜିଲ୍ଲା ଯାତ୍ରା କିଛି ନିଆରା ଥିଲା।
ମହାତ୍ମା ଗାନ୍ଧୀ (Mahatma Gandhi) ତାଙ୍କ ଜୀବନ କାଳ ମଧ୍ୟରେ ମୋଟ ୮ଥର ଓଡିଶା ଗସ୍ତରେ ଆସିଛନ୍ତି। ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ସେ ପ୍ରଥମ ଥର ଓଡିଶା ଆସିଥିଲେ। ଏହି ଗସ୍ତ ବେଳେ ବାପୁ ଓଡିଶାରେ ସାତ ଦିନ ସମୟ ବିତାଇଥିଲେ। ସେ ବିଭିନ୍ନ ଜିଲ୍ଲାରେ ଅସହଯୋଗ ଆନ୍ଦୋଳନ (Non-cooperation Movement) କୁ ନେଇ ଜନସଚେତନତା ସୃଷ୍ଟି କରିଥିଲେ। ୧୯୨୧ ପରେ ୧୯୨୫, ୧୯୨୭, ୧୯୨୮, ୧୯୩୪ (ଦୁଇଥର), ୧୯୩୮ ଓ ୧୯୪୬ ମସିହାରେ ସେ ଓଡିଶା ଆସି ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରିଛନ୍ତି।
Also Read: ଅବହେଳିତ ଅବସ୍ଥାରେ ରାଜ୍ୟର ଏକ ମାତ୍ର ଗାନ୍ଧୀ ମନ୍ଦିର
୧୯୨୧ ମସିହା ୨୩ ତାରିଖରେ ମହାତ୍ମା ଗାନ୍ଧୀ (Gandhi Visit Odisha) ଓଡିଶାର କଟକ (Cuttack) ରେ ପହଞ୍ଚି ଥିଲେ। ୨୪ ମାର୍ଚ୍ଚରେ କ୍ୱାଦମ-ଇ-ରସୁଲରେ ସେ ପ୍ରଥମ ବୈଠକ କରି ଅସହଯୋଗ ଆନ୍ଦୋଳନର ସ୍ୱର ଉତ୍ତଳନ କରିଥିଲେ। ବିନୋଦ ବିହାରୀ ବାଗରେ ମହିଳାଙ୍କୁ ସମ୍ବୋଧନ କରିବା ପରେ ସେହି ଦିନ ସନ୍ଧ୍ୟରେ ଗାନ୍ଧୀଜୀ କାଠଯୋଡି ନଦିକୂଳରେ ଆୟୋଜିତ ଜନସଭାରେ ଯୋଗ ଦେଇଥିଲେ। ଯେଉଁଠି ଜନସମୁଦ୍ର ଦେଖିବାକୁ ମିଳିଥିଲା।
ଏହା ପରେ ମାର୍ଚ୍ଚ ୨୫ରେ ଭଦ୍ରକ (Bhadrak) ର ଗାନ୍ଧୀ ପଡ଼ିଆର ସାଧାରଣ ସଭାରେ ଯୋଗ ଦେଇଥିଲେ। ମାର୍ଚ୍ଚ ୨୭ ତାରିଖରେ ସେ ପୁରୀ ଗ୍ରସ୍ତ କରି ପଣ୍ଡିତ ଗୋପବନ୍ଧୁ ଦାସ (Gopabandhu Das) ସତ୍ୟବାଦୀ ବନ ବିଦ୍ୟାଳୟ (Satyabadi Bana Vidyalaya) ପରିଦର୍ଶନ କରିଥିଲେ। ଏହାପରେ ମହାତ୍ମା ଗାନ୍ଧୀ ପୁରୀ ସମୁଦ୍ରକୂଳରେ ଜନସଭାକୁ ସମ୍ବୋଧନ କରି ଭାରତର ସ୍ୱାଧିନତା ସଂଗ୍ରାମ (Freedom Struggle) ଉପରେ ଭାଷଣ ଦେଇଥିଲେ। ପୁରୀରେ ୨ ଦିନ ରହିବା ପରେ ସେ ଗୋପବନ୍ଧୁଙ୍କ ସହ ଗଞ୍ଜାମ ଯାତ୍ରା କରିଥିଲେ।
Also Read: ରାଜ୍ୟବ୍ୟାପୀ ପରିବେଷଣ ହେବ ନାଟକ 'ଗାନ୍ଧୀଙ୍କ ଓଡ଼ିଶା'
୨୯ ତାରିଖରେ ବ୍ରହ୍ମପୁର ଷ୍ଟାଡିୟମ (Berhampur Stadium) ରେ ଗୋପବନ୍ଧୁ ଦାସଙ୍କ ସହ ମିଶି ଗାନ୍ଧୀଜୀ ପ୍ରବଳ ଜନସମୁଦ୍ରକୁ ଇଂରେଜ ଶାସନ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ। ତତ୍କାଳୀନ ଅଭିଭକ୍ତ ଗଞ୍ଜାମର ଗଜପତି ଜିଲ୍ଲାବାସୀ ଗାନ୍ଧୀଙ୍କ ସେହି ସ୍ମୃତିକୁ ପାସୋରି ପାରୁ ନାହାନ୍ତି। ଗାନ୍ଧୀଙ୍କ ଓଡିଶା ଗ୍ରସ୍ତର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଗଜପତି ପ୍ରଶାସନ ସ୍ମୃତି ଚରଣ କରି ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି।