କୋଟପାଡରେ ପିକ୍ଅପ୍ ଓଲଟି ୧୨ ମୃତ, ୧୦ ଗୁରୁତର
Advertisement

କୋଟପାଡରେ ପିକ୍ଅପ୍ ଓଲଟି ୧୨ ମୃତ, ୧୦ ଗୁରୁତର

ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ ଓଲଟିବାରୁ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

 

କୋଟପାଡରେ ପିକ୍ଅପ୍ ଓଲଟି ୧୨ ମୃତ, ୧୦ ଗୁରୁତର

କୋରାପୁଟ: କୋଟପାଡ ବ୍ଲକ ମୁର୍ତ୍ତାହାଣ୍ଡି ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ ଓଲଟିବାରୁ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ରବିବାର ସନ୍ଧ୍ୟାରେ କୋଟପାଡ (Kotpad) ବ୍ଲକର ମୁର୍ତ୍ତାହାଣ୍ଡି ଓ ସିନ୍ଧିଗାଁ ମଝିରେ ଏକ ଯାତ୍ରୀ ଭର୍ତ୍ତି ଥିବା ପିକ୍ଅପ୍ ଭ୍ୟାନ ଓଲଟିଛି। ଗାଡିରେ ଥିବା ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଅଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିଛି। ଘଟଣାସ୍ଥଳରୁ ପିକ୍ଅପ୍ (Pickup Accident)ଡ୍ରାଇଭର ଫେରାର ହୋଇଯାଇଛି।

Also Read: ଖାଇବା ଦେବାରେ ବିଳମ୍ବ କରିବାରୁ ମା'କୁ ହତ୍ୟା କଲା ପୁଅ, ଘର ଅଗଣାରେ ଜାଳିଲା ମୃତଦେହ

 

ପୋଲିସର କହିବା ଅନୁସାରେ, ମୃତକମାନେ ଛତିଶଗଡ (Chhattisgarh) ବସ୍ତର ଜିଲ୍ଲାର କୋଳଚ୍ଛା ଗ୍ରାମର ବାସିନ୍ଦା। ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ସେମାନେ ମୁର୍ତ୍ତାହାଣ୍ଡି ଗ୍ରାମକୁ ଆସି ଥିଲେ। ଆଉ ସମସ୍ତ କାର୍ଯ୍ୟ ସାରି ପିକ୍ଅପରେ ସେମାନେ ନିଜ ଘରକୁ ଫେରୁଥିଲେ। କିନ୍ତୁ ଦ୍ରୁତ ଗତିରେ ଥିବାରୁ ଗାଡିଟି ଭାରସାମ୍ୟ ହରାଇ ଚାନ୍ଦିଲି ଫାଣ୍ଡି ଅନ୍ତର୍ଗତ ସିନ୍ଧିଗାଁ ନିକଟରେ ଓଲଟି (Koraput Road Accident) ପଡିଥିଲା।