Advertisement
Article Detail0/zeeodisha/odisha692673
Zee OdishaOdisha Stateରାଜ୍ୟରୁ ୧୩୮ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରୁ ୧୩୮ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରୁ ନୂଆ ୧୩୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୧୮୯୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୦୮୯ ଚିକିତ୍ସାଧିନ ରହିଛନ୍ତି।&nbs

ରାଜ୍ୟରୁ ୧୩୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରୁ ନୂଆ ୧୩୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୧୮୯୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୦୮୯ ଚିକିତ୍ସାଧିନ ରହିଛନ୍ତି। 

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ୧୮ଟି ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫  ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ଅବଶିଷ୍ଟ ୧୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ରହିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ମୋଟ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ କୋରୋନା ତାଲିକାରେ ମଧ୍ୟ ଶୀର୍ଷରେ ରହିଛି। ଜିଲ୍ଲାରେ ମୋଟ ୬୩୧ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇ ସାରିଲେଣି। 

ସେହିପରି ଯାଜପୁରରୁ ୬, ଖୋର୍ଦ୍ଧାରୁ ୧୩, ରାୟଗଡ଼ା, ସମ୍ବଲପୁର, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ, ମୟୂରଭଞ୍ଜରୁ ୬, ନୟାଗଡ଼, ଢେଙ୍କାନାଳ ଓ ନୂଆପଡ଼ାରୁ ୩, କଟକରୁ ୧୫, କଳାହାଣ୍ଡିରୁ ୨, କେନ୍ଦୁଝର ଓ କନ୍ଧମାଳରୁ ୧୦ ଜଣ ଲେଖାଏଁ, ଭଦ୍ରକରୁ ୧୧, ସୁନ୍ଦରଗଡ଼ରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟର ୧୦ଟି ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି। 

Add Zee News as a Preferred Source
About the Author