Trending Photos
)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୪୬ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର କରିଛି। ବର୍ତ୍ତମାନ ରାଜ୍ୟରେ ମୋଟ ୪,୦୫୫ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।
ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୭୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୩୩୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନରେ ଥିଲେ। ୧୮ଟି ସ୍ଥାନୀୟ ମାମଲା ରହିଛି।
ତେବେ କନ୍ଧମାଳରୁ ସର୍ବାଧିକ ୪୮ଟି ମାମଲା ରହିଛି। ଭଦ୍ରକ ଓ କଟକରୁ ୧୯ଟି, ଖୋର୍ଦ୍ଧାରୁ ୭ଟି, ନୟାଗଡ଼, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୪ଟି, ରାୟଗଡ଼ାରୁ ୫ଟି, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁରରୁ ଜଣେ ଲେଖାଏଁ, ରାୟଗଡ଼ାରୁ ୫ଟି, ବାଲେଶ୍ୱର ଓ ଗଞ୍ଜାମରୁ ୮ଟି, ଅନୁଗୋଳରୁ ୬ଟି, ସୋନପୁରରୁ ୨ଟି ମାମଲା ସାମ୍ନାକୁ ଆସିଛି। ସେହିପରି ୯ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଆକ୍ରାନ୍ତ କର୍ମଚାରୀମାନେ ଅମ୍ଫାନ କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇଥିଲେ।