Advertisement
Article Detail0/zeeodisha/odisha697125
Zee OdishaOdisha Stateରାଜ୍ୟରେ ଆଉ ୧୭୫ ମାମଲା, ଗଜପତିରୁ ସର୍ବାଧିକ

ରାଜ୍ୟରେ ଆଉ ୧୭୫ ମାମଲା, ଗଜପତିରୁ ସର୍ବାଧିକ

ରାଜ୍ୟରେ ବଢୁଛି କୋରୋନା ସଂକଟ

ରାଜ୍ୟରେ ଆଉ ୧୭୫ ମାମଲା,  ଗଜପତିରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୭୫ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୪,୩୩୮ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। 

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୯୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୩୫୦ ଜଣ ଚିକିତ୍ସାଧୀନ ରହିଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ୧୪୫ ଜଣ କ୍ୱାରେଣ୍ଟାଇନରେ ଥିଲେ। ୩୦ଟି ସ୍ଥାନୀୟ ମାମଲା ରହିଛି। 

ତେବେ ମିଳିଥିଲା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଜପତି ଜିଲ୍ଲାରୁ ଆସିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୫୭ ଜଣ ରହିଛନ୍ତି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୫ ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରୁ ୨୫, କଟକ ଓ ବଲାଙ୍ଗୀରରୁ ୩ ଜଣ, ଜଗତସିଂହପୁର ଓ କନ୍ଧମାଳରୁ ୭ ଜଣ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏଁ, ବାଲେଶ୍ୱରରୁ ୬ ଜଣ, ନୂଆପଡ଼ାରୁ ୪ ଜଣ, ବରଗଡ଼ରୁ ୧୧ ଜଣ, ପୁରୀରୁ ୧୮ ଜଣ, ବଲାଙ୍ଗୀରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Add Zee News as a Preferred Source

ତେବେ ଏହି ୧୦୮ଟି ନୂଆ ମାମଲା ମଧ୍ୟରୁ ୧୬ ଜଣ ଅଗ୍ନିଶମ କର୍ମଚାରୀ ରହିଛି। ଯେଉଁମାନେ ନିକଟରେ ଆସିଥିବା ବାତ୍ୟାରେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। 

About the Author