ସମ୍ପୂର୍ଣ୍ଣ କୋରୋନା ମୁକ୍ତ ଘୋଷଣା ହେବାର କିଛି ସମୟ ମଧ୍ୟରେ ପୁଣି ୨୦ ଆକ୍ରାନ୍ତ।
Trending Photos
)
ଜଗତସିହଂପୁର: ସମ୍ପୂର୍ଣ୍ଣ କୋରୋନା ମୁକ୍ତ ଘୋଷଣା ହେବାର କିଛି ସମୟ ମଧ୍ୟରେ ପୁଣି ୨୦ ଆକ୍ରାନ୍ତ। ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ପୂର୍ବରୁ ଜିଲ୍ଲାରେ ୫ ଜଣ କୋରୋନା ଆକ୍ରାନ୍ତ ରହିଥିବା ବେଳେ ବର୍ତ୍ତମାନ ଆହୁରି ୨୦ ଜଣ ସାମ୍ନାକୁ ଆସିଛନ୍ତି। ମାତ୍ର ପୂର୍ବରୁ ୫ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ ଜଗତସିଂହପୁ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଆହୁରି ୨୦ ଜଣ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି। ଏହି ୨୦ ଜଣଙ୍କ ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ନାଉଗାଁରୁ ୧୯ ଜଣ ରହିଥିବା ବେଳେ ପାରାଦୀପର ଜଣେ ରହିଛନ୍ତି। ତେବେ ଏ ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ରହିଥିଲେ।
ସୂଚନାଯୋଗ୍ୟ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ ରହିଛି। ସେଥିମଧ୍ୟରୁ ୫୯୫ ଜଣ ସକ୍ରିୟ ରହିଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ୪ ଜଣଙ୍କ ମୃତ୍ୟୁ ହୋଇତିବା ସୂଚନା ରହିଥିବା ଜଣାପଡ଼ିଛି।