Advertisement
Article Detail0/zeeodisha/odisha698091

ପୁଣି ମାସ୍କ ନାଁରେ ଠକେଇ, ବ୍ୟବସାୟୀଙ୍କ ଠାରୁ ୨୮ ଲକ୍ଷ ଲୁଟିଲେ

ମାସ୍କ ବିକ୍ରୟ ନାଁରେ ଭୟଙ୍କର ଅନଲାଇନ ଠକେଇ। ସମ୍ବଲପୁର ଜଣେ ବ୍ୟବସାୟୀ ମନୋଜ ବରାଡ଼ଙ୍କ ଆକାଉଣ୍ଟରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ମନୋଜ ଦିଲ୍ଲୀର ଏକ ସଂସ୍ଥାରୁ ପ୍ରାୟ ୧୨ ହଜାର ଏନ-95 ମାସ୍କ ପାଇଁ ଅର୍ଡର ଦେଇଥିଲେ। ଉକ୍ତ ମାସ୍କର ମୁଲ୍ୟ ପ୍ରାୟ ୨୮ ଲକ୍ଷ ରହିଥିବା ଉକ୍ତ ସଂସ୍ଥା ସୂଚନା ଦେଇଥିଲା। କମ୍ପାନୀ ରୁ ପ୍ରାୟ ୧୨ ହଜ

ପୁଣି ମାସ୍କ ନାଁରେ ଠକେଇ, ବ୍ୟବସାୟୀଙ୍କ ଠାରୁ ୨୮ ଲକ୍ଷ ଲୁଟିଲେ

ସମ୍ବଲପୁର: ମାସ୍କ ବିକ୍ରୟ ନାଁରେ ଭୟଙ୍କର ଅନଲାଇନ ଠକେଇ। ସମ୍ବଲପୁର ଜଣେ ବ୍ୟବସାୟୀ ମନୋଜ ବରାଡ଼ଙ୍କ ଆକାଉଣ୍ଟରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ମନୋଜ ଦିଲ୍ଲୀର ଏକ ସଂସ୍ଥାରୁ ପ୍ରାୟ ୧୨ ହଜାର ଏନ-95 ମାସ୍କ ପାଇଁ ଅର୍ଡର ଦେଇଥିଲେ। ଉକ୍ତ ମାସ୍କର ମୁଲ୍ୟ ପ୍ରାୟ ୨୮ ଲକ୍ଷ ରହିଥିବା ଉକ୍ତ ସଂସ୍ଥା ସୂଚନା ଦେଇଥିଲା। କମ୍ପାନୀ ରୁ ପ୍ରାୟ ୧୨ ହଜାର ମାସ୍କ ଅଡର ହୋଇଥିବା ବେଳେ ତାହାର ମୂଲ୍ୟ ୨୮ ଲକ୍ଷ ଟଙ୍କାର ହୋଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ମନୋଜଙ୍କ ଟେଲିଗ୍ରାମ ଏକାଉଣ୍ଟକୁ ହରିଆଣାର ଏକ ଏଲଈଡି ରେଣ୍ଟାଲ କମ୍ପାନୀ ଗୁଡ଼ଗାଓଁରୁ ମାସ୍କ କିଣିବା ପାଇଁ ମେସେଜ ଆସିଥିଲା । ସେ ଲୋକଙ୍କର ନା ଯତୀନ ସେହଗାଲ ବୋଲି ମନୋଜ ସୂଚନା ଦେଇଛନ୍ତି। ତେଵେ ବ୍ୟବସାୟୀ ଜଣକ ତାଙ୍କ ସହ ଯୋଗାଯୋଗ କରି ମାସ୍କ ଅର୍ଡର କରିଥିଲେ । ସେହି ସମୟରେ ମାସ୍କ କିଣିବାପାଇ ବ୍ୟବସାୟୀ ଜଣକ ଦିଲ୍ଲୀ ଯିବାପାଇ ସ୍ଥାନୀୟ ପ୍ରଶାସନର ଅନୁମତି ଲୋଡିଥିଲେ ହେଲେ ସେତେବେଳେ କୋରୋନା ମହାମାରୀରୁ କୌଣସି ପ୍ରକାର ଅନୁମତି ମିଲିନଥିଲା । ଫଳରେ ବ୍ୟବସାୟୀ ଜଣକ ବାଧ୍ୟ ହୋଇ ଅନଲାଇନ ମାଧ୍ୟମରେ ମାସ୍କ ଅର୍ଡର କରିଥିଲେ ।  

କମ୍ପାନୀ କିଛି ସାମ୍ପୁଲ ପଠେଇ ଥିଲା ତାହା ଦେଖି ଯୁବକ ଜଣକ ଅର୍ଡର ପାଇ ରାଜି ହୋଇଥିଲେ । ପ୍ରଥମେ ଅନଲାଇନରେ ୨ ଲକ୍ଷ ଦ୍ଵିତୀୟ ପର୍ଯ୍ୟୟରେ ୩ ଲକ୍ଷ , ତୃତୀୟ ପର୍ଯ୍ଯୟରେ ୧୦ ଲକ୍ଷ ଏପରି ମୋଟ ୨୮ ଲକ୍ଷ ଟଙ୍କା ଅନଲାଇନ ମାଧ୍ୟମରେ ଜମା କରିଥିଲେ ମନୋଜ । ଏହି ସବୁ ଟଙ୍କା ଏଲଇଡି ରେଣ୍ଟାଲ ନାମରେ ଥିବା ଏକାଉଣ୍ଟର ନମ୍ବର ଡିପୋଜିଟ କାରଯାଇଥିଲା। ହେଲେ ଅନେକ ଦିନ ପରେ ମଧ୍ୟ ମାସ୍କ ଯୁବକଙ୍କ ପାଖକୁ ପହଞ୍ଚିନଥିବା ପରେ ଫୋନରେ ଯୋଗାଯୋଗ କରାଯାଥିବା ନମ୍ବରକୁ ଫୋନ କରିବାରୁ ମୋବାଇଲ ବନ୍ଦ ଆସିଥିଲା । 

Add Zee News as a Preferred Source

ତେଵେ ଏନେଇ ପ୍ରଥମେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ ମନୋଜ । ପରେ ଗତ ମଙ୍ଗଳବାର ଦିନ ମନୋଜ ସମ୍ବଲପୁର ସାଇବର ଥାନାରେ ଏନେଇ ଉ ସମସ୍ତ ଟଙ୍କାର ବିଲ ସହ ତଥ୍ୟ ଦେଇ ଅଭିଯୋଗ କରିଥିଲେ । ସେପଟେ ଏନେଇ ସାଇବର ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।  ଏତେ ଗୁଡିଏ ଟଙ୍କା ପ୍ରାୟ ୪ ରୁ ୫ ବର୍ଷ ଧରି ଉପାର୍ଜନ କରିଥିବା ବେଳେ ସବୁ ପାଣିରେ ପଡିଗଲା ବୋଲି କହି ମନୋଜ ଦୁଃଖ ପ୍ରକାଶ କରିଛନ୍ତି।

About the Author